ପଶ୍ଚିମବଙ୍ଗରେ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି । କୋଭିଡ କଟକଣା ଭିତରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ସମାପ୍ତ ହୋଇଛି । ଶପଥପାଠ ଉତ୍ସବ କୋଲକାତାସ୍ଥିତ ରାଜଭବନରେ ଅନୁଷ୍ଠିତ ହୋଇଛି। କୋଭିଡ ପାଇଁ ଅଳ୍ପ ଲୋକଙ୍କ ଉପସ୍ଥିତିରେ ମମତା ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ଶପଥ ପାଠ କରାଇଛନ୍ତି ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ସେଠାକାର ଲୋକଙ୍କ ମଧ୍ୟରେ ରାଜନୈତିକ ହିଂସା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରାଇଛି। ମମତାଙ୍କ ଶପଥ ନେବା ଓ ନିର୍ବାଚନ ଫଳାଫଳ ଘୋଷଣା ମଧ୍ୟରେ ରାଜନୈତିକ ହିଂସା ପାଇଁ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

ସେପଟେ ଶପଥ ଗ୍ରହଣ ପୂର୍ବରୁ ଦିଦି ମଧ୍ୟ ଧମକ ଦେଇଛନ୍ତି ଯେ ଯଦି ପୂର୍ବବତ ଶାନ୍ତି ନଫେରେ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେଠାକାର ପରିସ୍ଥିତିକୁ ନେଇ ଦିଦି ବହୁତ ଚିନ୍ତିତ କାରଣ ସେ ଭୟ କରୁଛନ୍ତି ଯେ ଯଦି ଏହି ସବୁ ନିୟନ୍ତ୍ରଣ ବାହାରକୁ ଆସେ, ତା’ହେଲେ ତାଙ୍କ ବିଜୟ କଳଙ୍କିତ ହେବ। ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ସେ ମୁଖ୍ୟ ଶାସନ ସଚିବଙ୍କ ସହ କିଛି ଭିଡିଓ ସେୟାର କରିଛନ୍ତି । ତାଙ୍କ ବାସ୍ତବତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ଅତିକମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ତେବେ ବୀରଭୂମର ନାନୁରରେ ବଳାତ୍କାର ଓ ନିର୍ଯ୍ୟାତନା ଅଭିଯୋଗକୁ ସେ ଖାରଜ କରିଦେଇଛନ୍ତି। ବୀରଭୂମର ଏସପି ଏନ୍.ଏନ୍ ତ୍ରିପାଠୀ କହିଛନ୍ତି, ‘ଗତକାଲିଠାରୁ ନାନୁରରେ ଦୁଇଜଣ ମହିଳାଙ୍କୁ ବଳାତ୍କାର ଏବଂ ଅନ୍ୟ କେତେକ ମହିଳାଙ୍କୁ ନିର୍ଯାତନା ଦିଆଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Leave a Reply

Your email address will not be published. Required fields are marked *