ଚାକିରୀ ଦେବା ନାଁରେ ୫୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ : ଅଭିଯୁକ୍ତକୁ ଭଦ୍ରକରୁ ଗିରଫ କଲା ମଞ୍ଚେଶ୍ବର ପୋଲିସ।

ଭଦ୍ରକ,୨୧/୭ :ଭଦ୍ରକ ରେଳ ଷ୍ଟେସନ ନିକଟରୁ ଠକକୁ କାବୁ କରି ନିକଟସ୍ଥ ଜିଆରପି ଥାନାରେ ଜିମାଦେଲେ ଲୋକେ । ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଏହି ଠକ । ଧରାପଡିଥିବା ଠକର ନାଁ ଅନୀଲ ସାହୁ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଏହି ଠକକୁ ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନ ନିକଟରେ ଠାବ କରାଯାଇ ଜିଆରପି ପୋଲିସ ନିକଟରେ ଜିମା ଦେଇଛନ୍ତି । କନସଲଟାନ୍ସି ସଂସ୍ଥା କରି ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନୀଲ । ଏନେଇ ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ନେଇ ସୂଚନା ମିଳିଛି । ଶତାଧିକ ଲୋକଙ୍କଠାରୁ ପ୍ରାୟ ୫୦ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ଥିବା ନେଇ ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକ-ଯୁବତୀଙ୍କୁ ଟାର୍ଗେଟ୍ କରାଯାଉଥିଲା । ତେବେ ମଞ୍ଚେଶ୍ବର ପୋଲିସ ଅଭିଯୁକ୍ତକୁ ଭଦ୍ରକ ଜିଆରପି ନିକଟରୁ ନେଇଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *