ମାଣ୍ଡିଆ ପ୍ରଦର୍ଶନୀ କ୍ଷେତ୍ର ଶସ୍ୟ କାଟ ଦିବସ

ରାଇକିଆ, ତାରିଖ 17/11/23 କଂଧମାଳ ଜିଲ୍ଲା ରାଇକିଆ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟ ପକ୍ଷ ରୁ ମିଲ୍ଲେଟ ମିଶନ ସ୍ଵାତୀ ଆନୁକୁଲ୍ୟରେ କୃଷି ବିଭାଗ VAW ଶ୍ରୀଯୁକ୍ତ ବୀରେନଜିତ୍ ଭୁଆଁ ଙ୍କ ଉପସ୍ଥିତି ରେ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ଗ୍ରାମ ମୁଲୁକୁମାହା,ଗ୍ରାମ ପଞ୍ଚାୟତ ଇନ୍ଦ୍ରଗଡ ତାହାଙ୍କର କ୍ଷେତ ପରିସର ରେ ମାଣ୍ଡିଆ ଶସ୍ୟ କାଟ ଦିବସ ପାଳିତ ହୋଇଯାଇ ଅଛି।ଆଜିର ଏହି କାର୍ଯ୍ୟକ୍ରମ ରେ ଇନ୍ଦ୍ରଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ବନିତା ମଳିକ,ନାୟବ ସରପଞ୍ଚ ଶ୍ରୀନିବାସ ପ୍ରଧାନ ଯୋଗ ଦେଇ ଥିବା ବେଳେ ଗୋଷ୍ଠୀ ସଂଯୋଜକ (CRP) ମାନଙ୍କ ସହଯୋଗ ରେ ମହିଳା ଚାଷୀ (୨୭)ଜଣ ଓ ପୁରୁଷ ଚାଷୀ(୮୩)ଜଣ ଚାଷୀ ଙ୍କ ଉପସ୍ଥିତି ରେ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ 2023 ଉପଲକ୍ଷେ ସ୍ଥାନୀୟ ସରପଞ୍ଚ ମାଣ୍ଡିଆ କେକ୍ କାଟି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ।ବିଜୟ କୁମାର ନାୟକ ଙ୍କୁ ଜଣେ ସଫଳ ଚାଷୀ ହିସାବ ରେ ବୀରେନଜିତ୍ ଭୁଆଁ ଙ୍କ ଦ୍ଵାରା ମିଲ୍ଲେଟ୍ ମିଶନ ସ୍ଵାତୀ ରାଇକିଆ ତରଫ ରୁ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ବୈଠକ ରେ ଶସ୍ୟ କାଟ ର ଲକ୍ଷ ,ଉଦ୍ଦେଶ୍ୟ ସହିତ ତାହାର ଫଳାଫଳ ଏବଂ ଉପକାରିତା ବିଷୟ ରେ VAW ଶ୍ରୀଯୁକ୍ତ ବୀରେନଜିତ୍ ଭୁଆଁ ବୁଝାଇ କହିଥିଲେ।ଏହି ପ୍ରକଳ୍ପ ର ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ଗିରିଶ ଚନ୍ଦ୍ର ସାମଲ ପ୍ରତ୍ୟକ୍ଷ ଭାବରେ ମାଣ୍ଡିଆ ଶସ୍ୟ ର ପେନ୍ଥା ର ଓଜନ ତାରତମ୍ୟ କିଭଳି ଭାବେ ଅଲଗା ଅଲଗା ବୁଝାଇଥିଲେ।ଯାହାକି ବିଜୟ ନାୟକ( SMI ) ସଘନ ପ୍ରଣାଳି ରେ ଚାଷ କରିବା ଫଳ ରେ ୨୫ ସେଣ୍ଟି ମିଟର ରୁ ୯.୩ କେଜି ଶସ୍ୟ ଅମଳ ହୋଇଥିବା ବେଳେ ବୁଦ୍ଧିଆ ନାୟକ ଙ୍କ ର ଧାଡ଼ି ଲଗା ପ୍ରଣାଳୀ ରୁ ମାତ୍ର ୪.୨ କେଜି ଫସଲ ଅମଳ ହୋଇଥିବା କହିଥିଲେ।

ଏଥି ନିମନ୍ତେ ସମସ୍ତ ଚାଷୀ ସଘନ ଚାଷ ବା (SMI) ପ୍ରଣାଳୀ ରେ ଚାଷ କରିବା ସହିତ ଅଧିକ ରୁ ଅଧିକ ଜୈବିକ ଖତ ମାଧ୍ୟମ ରେ ଚାଷ କରିବା ସକାଶେ ଉଚାହିତ୍ କରିଥିଲେ।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍ଵାତୀ ର କର୍ମୀ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିଲେ।
Nrusingha charana dash reporter