କନ୍ଧମାଳରେ ଗରିବଙ୍କୁ ଆମ୍ବ ଦେଇଛି ୫ ପ୍ରକାର ରଜଗାର

ଗରିବ ପରିବାରରଙ୍କୁ ଆମ୍ବ ଦେଇଛି ୫ ପ୍ରକାର ରୋଜଗାର ପାଖାପାଖି ଦେଢ଼ ମାସ ପର୍ଯ୍ୟନ୍ତ ଆମ୍ବ ଦ୍ଵାରା ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଆଉ ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଖବର ଅନୁଯାୟୀ ଜଣା ପଡ଼ିଛି ଯେ ଚଳିତ ବର୍ଷ ବଣ ଜଙ୍ଗଲ ଠାରୁ ଆରମ୍ଭ କରି ଗାଁ ଗୁଡ଼ିକରେ ସମସ୍ତ ଗଛରେ ପ୍ରଚୁର ପରିମାଣରେ ଆମ୍ବ ଫଳିଥିଲା ୨୦ ପ୍ରତିଶତ ଆମ୍ବ କାଳ ବୈଶାଖୀ ଦ୍ଵାରା ଝଡ଼ି ଯାଇଥିଲେ ମଧ୍ୟ ୮୦ ପ୍ରତିଶତ ଆମ୍ବ ଗଛରେ ଥିଲା। ହେଲେ କଞ୍ଚା ଆମ୍ବ ଠାରୁ ଆରମ୍ଭ କରି ପାଚିଲା ପର୍ଯ୍ୟନ୍ତ ଲୋକମାନେ ରୋଜଗାର ଭଲ କରିଛନ୍ତି ବୋଲି ଆମ୍ବ ସଂଗ୍ରହ କାରୀଙ୍କ ପାଖରୁ ଜଣା ପଡ଼ିଛି। କଞ୍ଚା ବେଳେ ଗୋଟା ଆମ୍ବକୁ ଚାଞ୍ଚି ଦୁଇଫାଳ କରାଯାଇ ଶୁଖାଯାଏ ଏହାକୁ ଆମ୍ଭୁଲ କୁହାଯାଏ। ଏହାକୁ କିଲୋ ପିଛା ୫୦ ଟଙ୍କା ଦରରେ ବିକ୍ରି କରାଯାଏ। ପାଚିଲା ଆମ୍ବକୁ ଚାଞ୍ଚି କାଟି ଖରାରେ ଶୁଖା ଯାଇଥାଏ ଏହାକୁ ଚମ୍ପେତ କୁହାଯାଏ ଓ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି କରାଯାଏ। ସେହିଭଳି ପାଚିଲା ଆମ୍ବ ଗୁଡ଼ିକୁ ଚୋପା ଛଡ଼ାଇ ଏକ ବାଲଟି କିମ୍ବା ବଡ଼ ଟିଣଡବା ରେ ଭର୍ତ୍ତିକରି ଏକ ବଲାକାଠ ଦ୍ଵାରା କୁଟୀ ରସ ବାହାର କରି ଏକ ସଫା ପଲିଥିନରେ ଏକ ଇଞ୍ଚ ବହଳିଆରେ ପିଠା ପରି ଖରାରେ ଶୁଖାଇ ପରେ ତାକୁ କିଲୋ ପିଛା ୧୦୦ ଟଙ୍କା ଦରରେ ବିକ୍ରି କରାଯାଏ। ଯେତେ ସବୁ ପାଚିଲା ଆମ୍ବର ଟାଙ୍କୁ ଗୁଡ଼ିକ ଶୁଖାଇ ରଖି ସେହି ଭିତରୁ କୁଇଲି ବାହାର କରି ସୁଖାଇ କିଲୋ ପିଛା ୧୫ ଟଙ୍କା ଦରରେ ବିକ୍ରି କରାଯାଏ। ସେମିତି ପାଚିଲା ଆମ୍ବକୁ କିଲୋ ପିଛା ୨୦ ଟଙ୍କା ଓ ଭୁଗା ପିଛା ୧୦୦ ଟଙ୍କା ଦରରେ ବିକ୍ରି କରି ଥାନ୍ତି। କିନ୍ତୁ ପ୍ରତି ପଞ୍ଚାୟତରେ କୋଲ୍ଡ ଷ୍ଟୋରେଜ ଖୋଲାଯାଇ ଏହି ସବୁ ଆମ୍ବ ଗୁଡ଼ିକ ରଖାଯାଇ ଜୁସ ତିଆରି କରାଗଲେ ମାର୍କେଟରେ ଅର୍ଜିନାଲ ଆମ୍ବଜୁସ ମିଳି ପାରନ୍ତା ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।


                    
                
	            

Leave a Reply

Your email address will not be published. Required fields are marked *