ଦୀପାବଳିରେ ଲାଗିଲା ମାଓ ପୋଷ୍ଟର

ଭଞ୍ଜନଗର, ଭଞ୍ଜନଗର ଥାନାଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମ ଠାରେ ଉଲିଙ୍ଗିଆ ଭାଲିଙ୍ଗିଆ ରାସ୍ତା କଡ ରେ ଲାଗିଛି ମାଓ ପୋଷ୍ଟର, ପୋଷ୍ଟର ରେ ରାସ୍ତା କାମକୁ ବିରୋଧ କରିବା ସହ ପୋଲିସ ଇନଫର୍ମର କୁ ମୃତ୍ୟୁ ଦଣ୍ଡ ପାଇଁ ଲେଖା ଯାଇଛି l ଦୁର୍ଗାପ୍ରସାଦ ଠାରୁ ଉଲିଙ୍ଗିଆ ଭାଲିଙ୍ଗିଆ ରେ ରାସ୍ତା କାମ ହେତୁ ମାଓ ଗତିବିଧି କୁ ସାଧାରଣ ଲୋକେ ଜାଣି ପାରୁଛନ୍ତି ତେଣୁ ଏହାକୁ ବିରୋଧ କରାଯାଇ ଥାଇ ପାରେ ବୋଲି ଜଣାପଡୁଚି ଅନ୍ୟପଟେ ଘଟଣା ସ୍ଥଳ ରେଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସମେତ ପୋଲିସ ଟିମ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି। ମାଓ ପୋଷ୍ଟର ରେ କେଉଁ ଡିଭିଜନ ର ତାହା ଉଲ୍ଲେଖ ହୋଇ ନଥିବା ଜଣାପଡୁଛି l

Shiva Sankara Pradhan reporter

Leave a Reply

Your email address will not be published. Required fields are marked *