ବଡଦିନ ପୂର୍ବରୁ କନ୍ଧମାଳରେ ଆଇ.ଡି ବିସ୍ପୋରଣରେ ଦୁଇ ଯବାନ ଗୁରୁତର
ବହୁ ଦିନର ନିରବତା ପରେ କନ୍ଧମାଳ ରେ ପୁଣି ମାଓବାଦୀ ଙ୍କ ଆତଙ୍କ l ଆଇ ଡି ବିସ୍ପୋରଣ ଘଟି ଦୁଇ ଯବାନ ଗୁରୁତର l ତୁମୁଡ଼ିବନ୍ଧ ଥାନା ଅଞ୍ଚଳ ର ସିର୍ଲା ଜଙ୍ଗଲ ରେ ଆଜି ସକାଳୁ ବିସ୍ପୋରଣ ଘଟି ଦୁଇ ଯବାନ ଗୁରୁତର l ସୀର୍ଲା ଗ୍ରାମ ପଞ୍ଚାୟତ ର ଉପାନ୍ତ ଟେକଲାମିଲା ବୁଢା କାମ୍ବା ର ସିରକୁଟି ଜଙ୍ଗଲ ରେ ମାଓବାଦୀ ମାନେ ପୋଲିସ୍ କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ l ପୋଲିସ୍ ଉକ୍ତ ଅଂଚଳରେ କୁମ୍ବିଂ ଅପରେସନ କରୁଥିବା ବେଳେ ଆଇ ଡି ବିସ୍ପୋରଣ ଘଟିଥିଲା l ଘଟଣା ସ୍ଥଳରେ ଏସ୍ ଓ ଜି ଯବାନ ଅମିୟ ରଞ୍ଜନ ଦାସ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଏସ ଓ ଜି ଯବାନ ପ୍ରଶାନ୍ତ ଜେନା ସାମାନ୍ୟ ଆହତ ହୋଇଥିବା ଜଣାପଡିଛି lଗୁରୁତର ଦୁଇ ଯବାନ ଙ୍କ ମଧ୍ୟରୁ ଅମିୟ ରଞ୍ଜନ ଦାସ ଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ.ସ. ମେଡ଼ିକାଲ କୁ ନିଆଯାଇଛି।