ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା

ଭଦ୍ରକ ବିଶ୍ୱର ନଜର ଏବେ ଚନ୍ଦ୍ରଯାନ-୩ ଉପରେ। ଆଜି ସଫଳ ଲ୍ୟାଣ୍ଡିଙ୍ଗ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏବେ ସବୁଠି ସଫଳତା କାମନା କରାଯାଉଛି । ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ସହ ସାମୁହିକ ପ୍ରାର୍ଥନା ଓ ଦୀପ ଦାନ କରାଯାଉଛି । ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ କାମନା କରି ସାମୁହିକ ପାର୍ଥନା କରିଛନ୍ତି । ସମସ୍ତ ସଦସ୍ୟ ଭଦ୍ରକ ସହରର ଲୋକନାଥ ମନ୍ଦିର ଠାରେ ଏକାଠି ହୋଇ ଚନ୍ଦ୍ରଯାନ-୩ ର ସଫଳ ଲ୍ୟାଣ୍ଡିଙ୍ଗ ସହ ଭାରତବର୍ଷର ବୈଜ୍ଞାନିକଙ୍କ ନିମନ୍ତେ ସାମୁହିକ ପାର୍ଥନା କରିଛନ୍ତି । ପରେ ସାମୁହିକ ଭାବେ ବାବା ଲୋକନାଥଙ୍କ ନିକଟରେ ଦୀପଦାନ ମଧ୍ୟ କରିଛନ୍ତି।