ବ୍ୟାସନଗରରେ ହକି ମହୋତ୍ସବର ବ୍ୟାପକ ପ୍ରସ୍ତୁତି
![](https://teerthkhetra.com/wp-content/uploads/2023/01/WhatsApp-Image-2023-01-17-at-6.38.01-PM-1024x1024.jpeg)
ଯାଜପୁର,୧୭/୦୧- ବିଶ୍ୱ ହକିକପ ଅବସରରେ ଆସନ୍ତା ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ବ୍ୟାସନଗର ର ଚାନ୍ଦମା ପଡିଆରେ ହକି ମହୋତ୍ସବ ର ପ୍ରସ୍ତୁତି ଜୋରେ ଚାଲିଛି l ଏହି ମହୋତ୍ସବରେ ପଲ୍ଲିଶ୍ରୀ ମେଳା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l ପ୍ରତ୍ୟେକ ଦିନ ସନ୍ଧ୍ୟା 6ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ପାଇଁ ଭରପୁର ମନୋରଞ୍ଜନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସିଂ ରାଠୋର ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି l
ରିପୋର୍ଟ- ଜ୍ୟୋତି ପ୍ରକାଶ ଭୂୟାଁ, ବ୍ୟାସନଗର ।