ମା ବିରଜା କିନ୍ନର ସଙ୍ଘ ପକ୍ଷରୁ ମାତାପୂଜା ଉତ୍ସବ ଆରମ୍ଭ

ମା ବିରଜା କିନ୍ନର ସଙ୍ଘ ସଭାପତି ଅର୍ଣ୍ଣପୂର୍ଣ୍ଣା ସାହୁଙ୍କ ନେତୃତ୍ୱରେ ଆୟୋଜିତ କିନ୍ନର ମାନଙ୍କ ପାରମ୍ପରିକ ମାତାପୂଜା ଉତ୍ସବରେ ସୁଇଟି ନାନା ଗୁରୁ ଓ ଶ୍ରାବଣୀ ମା ଯୋଗଦେଇ କିନ୍ନର ମାନଙ୍କ ମାତାପୂଜା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ବ୍ୟାସନଗର ପୌର ପରିଷଦ ଅଧକ୍ଷା ସଂଗୀତା ପିଙ୍ଗୁଆ, ଉପାଧକ୍ଷ ସୁବାଷ ଚନ୍ଦ୍ର ବଳ ଓ ପୂର୍ବତନ ଅଧକ୍ଷା ସବିତା ରାଉତ ଯୋଗଦେଇ କିନ୍ନର ମାନେ କିଭଳି ମୁଖ୍ୟସ୍ରୋତକୁ ଆସି ସାଧାରଣଙ୍କ ସେବା କରୁଛନ୍ତି ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଭଦ୍ରକ,ଭୁବନେଶ୍ୱର ଓ ଯାଜପୁର ଜିଲ୍ଲାରୁ ଅନେକ କିନ୍ନର ଯୋଗଦେଇ ଥିଲେ l ଏହି ଅବସରରେ ବିଭିନ୍ନ କ୍ଷତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା କିନ୍ନର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର