କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁମଇ ଦିବସ ପାଳିତ

ବ୍ରହ୍ମପୁର – CITU, AITUC, INTUC, HMS, ଓ AIUTUC ପକ୍ଷରୁ ମଇ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡଠାରେ ମିଳିତ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଥିଲା।ଏଥିରେ ଶ୍ରମିକ ନେତା ପ୍ରତାପ ଚୌଧୁରୀ, ପ୍ରଦୀପ ସେଠି ,ପପୁନ ସାହୁ, ରାଜେନ୍ଦ୍ର ଦାସ ଓ ଯୁଧିଷ୍ଠିର ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ।ବକ୍ତାମାନେ ଶ୍ରମିକ ଦିବସର ଗୌରବମୟ ଐତିହ୍ୟ ବର୍ଣନା କରିଥିଲେ।ସମ୍ପ୍ରତି ଶ୍ରମିକମାନେ ଶହ ବର୍ଷ ସଂଘର୍ଷ କରି ଅର୍ଜନ କରିଥିବା ଅଧିକାରକୁ ଛଡ଼ାଇ ନେବାପାଇଁ ସର୍ବତ୍ର ମାଲିକ ମାନେ ଚକ୍ରାନ୍ତ କରୁଛନ୍ତି।ସରକାରମାନେ ଶ୍ରମିକମାନଙ୍କ ସୁରକ୍ଷା ପରିବର୍ତ୍ତେ ମଳିକମାନଙ୍କ ସପକ୍ଷରେ ଆଇନକୁ ପରିବର୍ତ୍ତନ କରିଚାଲିଛନ୍ତି।କେନ୍ଦ୍ରର ମୋଦିସରକାର ଦେଶର ପ୍ରଚଳିତ ଶ୍ରମ ବିଭାଗ ଆଇନ ପରିବର୍ତ୍ତନ କରି 4 ଟି ଶ୍ରମ କୋଡ଼ରେ ପରିଣତ କରି ଦେଇଛନ୍ତି।ଯାହାଫଳରେ ଶ୍ରମିକ ମାନେ ମାଲିକର ଗୋତି ଶ୍ରମିକରେ ପରିଣତ ହୋଇଯିବେ। ତେଣୁ ଶ୍ରମ କୋଡ଼ ବାତିଲ ପାଇଁ କେନ୍ଦ୍ରିୟ ଶ୍ରମିକ ସଂଗଠନ ପକ୍ଷରୁ ଆହୁତ ମଇ 20 ସର୍ଵ ଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଶ୍ରମିକ ମାନଙ୍କୁ ଆହ୍ୱାନ ଦେଇଥିଲେ।ପାର୍କ ସହିରୁ ଏକ ପଟୁଆର ଏବଂ ମେଡିକାଲ କଲେଜ ଛକରୁ ଏକ ମଟର ସାଇକେଲ ପଟୁଆର ବାହାରି ପୁରୁଣା ବସଷ୍ଟାଣ୍ଡ ଠାରେ ପହଞ୍ଚି ଥିଲା।ଶିଵ ପ୍ରସାଦ ମହାପାତ୍ର, ଭୋକାଲି ସେଠି, ସତ୍ୟ ତ୍ରିପାଠୀ, ଅଳକ ମିଶ୍ର ଓ ନିମାଇଁ ସାହୁ ପ୍ରମୁଖ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ।ଆଡଭୋକେଟ ଗୋକୁଳ ତ୍ରିପାଠୀ ଏକ କବିତା ପାଠ କରିଥିଲେ।