ମେଧା ସମ୍ମାନ-2025

Date- 24/06/25 ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଓଚିନ୍ଦା ହାଇସ୍କୁଲ ଠାରେ ବ୍ଲକ ସ୍ତରୀୟ ମେଧା ସମ୍ମାନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ରେ ଚଳିତ ମାଟ୍ରିକ ପରୀକ୍ଷାରେ ଏ ୱାନ ପାଇ କୃତିତ୍ବ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବ ରେ ପୂର୍ବତନ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ସହ ସାମ୍ବାଦିକ ମନୋଜ ଦାଶ, ବରିଷ୍ଠ ଶିକ୍ଷକ ନେତା ଅରୁଣ ମହାନ୍ତି, ସମିତି ସଭ୍ୟ ନିରଞ୍ଜନ ଦାସ ଓ ପ୍ରଧାନ ଶିକ୍ଷୟତ୍ରୀ ସଂଘମିତ୍ରା ନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରିଥିଲେ । ତେବେ ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ଖୁସି ଥିବା ସହିତ ଏହା ତାଙ୍କୁ ଆଗାମୀ ଦିନରେ ପ୍ରେରଣା ଯୋଗାଇବ ବୋଲି ଛାତ୍ରଛାତ୍ରୀ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *