ମେଡିକାଲ କର୍ତ୍ତୃପକ୍ଷଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର:- ( ବ୍ରହ୍ମପୁର ଏମ୍ କେ ସିଜି ମେଡିକାଲରେ ୩ ନମ୍ବର ପିଜି ହଷ୍ଟେଲରେ ପିଜି ଡାକ୍ତରଙ୍କୁ ଆକ୍ରମଣ ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ |ଆକ୍ରମଣ କରିଥିବା ଜଣେ ଆସିଷ୍ଟାଣ୍ଟ ପ୍ରଫେସର, ୩ଜଣ ସିନିୟର ରେସିଡେଣ୍ଟ ଓ ୧ଜଣେ ପିଜି ଡାକ୍ତରଙ୍କୁ ୩ ନମ୍ବର ହଷ୍ଟେଲ ମନା। ଏଥିସହ ରାତି ୧୧ଟା ୩୦ ପରେ ୩ୟ ନମ୍ବର ପିଜି ହଷ୍ଟେଲର କ୍ୟାଣ୍ଟିନ୍ ବନ୍ଦ ରହିବ। ଏହି ଗଣ୍ଡଗୋଳ ସିଗାରେଟ୍ ଟାଣିବା ଓ ଧୂଆଁ ଛାଡ଼ିବା ଘଟଣାକୁ ନେଇ ଘଟିଥିବାରୁ କ୍ୟାମ୍ପସ ମଧ୍ଯରେ ମାଦକ ଦ୍ରବ୍ୟ ସେବନ ଉପରେ ନିଷେଧାଦେଶ ଜାରି କରାଯାଇଥିବା ଡିନ୍ ପ୍ରଫେସର ଡା.ସୂଚିତ୍ରା ଦାଶ କହିଛନ୍ତି। ଆଜି ଗଣ୍ଡଗୋଳ ଘଟଣାକୁ ନେଇ ମେଡିକାଲ କଲେଜରେ ଶୃଙ୍ଖଳାଗତ କମିଟିର ବୈଠକ ବସିଥିଲା। ଅଭିଯୋଗ କାରୀ ପିଜି ଛାତ୍ରଙ୍କ ସମେତ ଆକ୍ରମଣ ଅଭିଯୁକ୍ତ ସମସ୍ତ ୫ଜଣଙ୍କୁ ଡାକି ସେମାନଙ୍କୁ ତଦନ୍ତ କରାଯାଇଥିଲା । ଏଥିସହିତ ପିଜି ଛାତ୍ର ସଂସଦ ସଭାପତିଙ୍କ ପକ୍ଷରୁ ମଧ୍ୟ କିଛି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯିବାପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥବା ଡିନ୍ କହିଛନ୍ତି। ଗତ ୨୦ତାରିଖ ରାତିରେ ୩ ନମ୍ବର ହଷ୍ଟେଲରେ ଶିଶୁ ବିଭାଗର ପିଜି ଡାକ୍ତର ଜଣଙ୍କ ଶୋଇଥିବା ବେଳେ ପୂର୍ବଘଟଣାକୁ ଭିତ୍ତି କରି ଏହି ୫ଜଣ ତାଙ୍କୁ ହଷ୍ଟେଲ ରୁମରୁ ବାହାର କରି ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ଏମାନଙ୍କ ବିରୋଧ ରେମାମଲା ରୁଜୁ ହୋଇଥିଲା। ଏମାନେ ଥାନାରୁ ଅଣ୍ଡରଟେକିଂ ଲେଖି ୪୧ସିଆରପିସି ବ୍ୟକ୍ତିଗତ ମୁଚାଲିକା ରେ ଆସିଥିବା ଜଣାପଡ଼ିଛି ।