ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରି ମେହେନ୍ତର ଭାବେ କାର୍ଯ୍ୟ କରି ଆସୁଥିବା ମହିଳାଙ୍କୁ ତାଙ୍କର ପାରିଶ୍ରମିକ ମିଳୁ ନଥିବା ଅଭିଯୋଗ

ଜଗତସିଂହପୁର ଜିଲ୍ଲା ନାଉଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ଦିନ ଧରି ମେହେନ୍ତର ଭାବେ କାର୍ଯ୍ୟ କରି ଆସୁଥିବା ଜଣେ ମହିଳାଙ୍କୁ ତାଙ୍କର ପାରିଶ୍ରମିକ ମିଳୁ ନ ଥିବା ଅଭିଯୋଗ ହୋଇଛି । ଏନେଇ ସମ୍ପୃକ୍ତ ମହିଳା ବାରମ୍ବାର ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ପରେ ମଧ୍ୟ ନିରାଶ ହୋଇ ଛନ୍ତି । ତେବେ 2011 ମସିହାରୁ ସେ ନାଉଗାଁ ସ୍ବାସ୍ଥ୍ୟ କେନ୍ଦ୍ର ରେ କାର୍ଯ୍ୟ କରିବା ସହିତ ମାସକୁ ମାତ୍ର ଏକ ହଜାର ଟଙ୍କା ଲେଖାଏଁ ଦିଆଯାଉଛି । ତାହା ପୁଣି ନିୟମିତ ଭାବେ ଦିଆ ଯାଉ ନ ଥିବା ଅଭିଯୋଗ ହୋଇଛି । ତେବେ ଉକ୍ତ ମହିଳା ଙ୍କୁ ଏବେ କାର୍ଯ୍ୟ ରେ ନିୟୋଜିତ ନ କରି ବାହାର କରି ଦିଆଯାଇଛି । ତେବେ ମହିଳା ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ସହିତ ତାଙ୍କର ପ୍ରାପ୍ୟ ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ସେ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।
ଜଗତସିଂହପୁର ରୁ ରୀତା ସାହୁ
