ଇଦ୍‌-ଉଲ-ଜୁହା ପର୍ବ ପାଇଁ ଶାନ୍ତି କମିଟି ବୈଠକ

ଭଦ୍ରକ, ୧୬/୭ -ମୁସଲମାନ ସମ୍ପ୍ରଦାୟର ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌-ଉଲ୍‌- ଜୁହା ପର୍ବ ଚଳିତ ମାସ ୨୧ ତାରିଖ ଦିନ ଅନୁଷ୍ଠିତ ହେବ । ଏ ନେଇ ଆଜି ଧାମନଗର ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶାନ୍ତିକମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ରଙ୍କ ସଭାପତିତ୍ୱରେ ଅତିରିକ୍ତ ତହସିଲଦାର ଅନୁପ ବେହେରା, ଥାନା ଅଧିକାରୀ ପ୍ରଦୀପ ମହନ୍ତ, ଏନ୍‌ଏସି ଅଧିକାରୀ ଯତୀନ୍‌ଦ୍ର କୁମାର ମିଶ୍ର, ଏବିଡ଼ିଓ ସୁଶ୍ରୀ ସର୍ମିଷ୍ଠା, ଏମ୍‌ପି ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ବିଧଶୟକ ପ୍ରତିନିଧି ବିରେନ୍ଦ୍ର ଜେନା, ଶାନ୍ତି କମିଟିର ସଭ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ପର୍ବରେ ସକାଳ ୮ଟାରେ ନମାଜ ପାଠକରାଯିବ । କରୋନା କଟକଣାକୁ ଆଖିଆଗରେ ରଖି ଅଧିକ ଗହଳି କୁ ପ୍ରଶାସନ ପକ୍ଷରୁ ମନା କରାଯାଇଛି । ଧାମନଗର ଇଦ୍‌ଗା ଜଗତି, ପଠାନମହଲା ଓ ମୁନୁସିପାଟଣା, ଚୁଡ଼ାକୁଟି, ପନ୍ଦରବାଟିଆ, ଗୋଡ଼ିପୋଖରୀ, ନଦୀଗାଁ, ଦୋବଲ, ପିତେଇପୁରରେ ଥିବା ମସଜିଦି ମାନଙ୍କରେ ସକାଳ ୮ଟାରେ ୫ଜଣ ଲେଖାଏଁ ମୁସଲମାନ ଭାଇମାନେ ନମାଜ ପାଠ କରିବେ ଏବଂ ଅନ୍ୟ ମାନେ ନିଜ ନିଜ ଘରେ ନମାଜ ପାଠ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଏଥିରେ ଉଭୟ ସମ୍ପ୍ରଦାୟର ଶାନ୍ତି କମିଟି ସଦସ୍ୟ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *