ଆରଟେମିିନ କଳା ସଂସ୍ଥା ପକ୍ଷରୁ ଏହାର ଦ୍ୱିତୀୟ କଳା ଆଲୋଚନା ଚକ୍ର ।

ଭୁବନେଶ୍ୱର,୧୯/୭-ଆରଟେମିିନ କଳା ସଂସ୍ଥା ପକ୍ଷରୁ ଏହାର ଦ୍ୱିତୀୟ କଳା ଆଲୋଚନା ଚକ୍ର ନୁଷ୍ଠିତ ହୋଇଛି। ଏଥିରେ ବିଷୟ “Theatre after pandemic” ଉପରେ ଆଲୋଚନା ହୋଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବରେ ଓଡ଼ିଆ ସିନେମା ଓ ନାଟକ ଜଗତର ଜଣେ ଅତି ଜଣା ଶୁଣା ଚେହେରା ଏବଂ ବିଭିନ୍ନ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିବା ଜଣେ ମହାନ୍ ବ୍ୟକ୍ତି ଚୌଧୁରୀ ଜୟପ୍ରକାଶ ଦାସ ଅଂଶ ଗ୍ରହଣ କରିଥିଲେ। ଏହି ଅନଲାଇନ୍ ଭର୍ଚୁଆଲ meeting ରେ ମୁଖ୍ୟ ଉପସ୍ଥାପକ ଭାବେ ମଞ୍ଜରୀ ଟିଭି ରେ ପ୍ରସାରିତ ମୋ ଦେହେ ବୋଳିଦେ ତ ଦେହ କଳା ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଚିନ୍ମୟ ମହାନ୍ତି ନିଜର ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ ଟି ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ବେଳେ ନାଟକ କ୍ଷେତ୍ର ର ବିଭିନ୍ନ ଦିଗ ପ୍ରତି ଆଲୋଚନା ହୋଇଥିଲା। ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳା ଆଗ୍ରହୀ ପାଠକ ଯୋଗ ଦେଇଥିଲେ। ଶେଷ ରେ କବିତା ମଞ୍ଜରୀ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରିଥିଲେ। କଳା ସଂସ୍ଥା ର ଚେୟାର ପର୍ସନ ଧର୍ମାଶିଷ୍ ବେହେରା ସମସ୍ତଙ୍କୁ ସାଧୁବାଦ୍ ଦେବା ସହ ଆଗକୁ ଆହୁରି ଏମିତି କାର୍ଯ୍ୟକ୍ରମ ଜାରି ରହିବ ବୋଲି ମତ ଦେଇଥିଲେ। କଳା ସଂସ୍ଥା ର ଅନ୍ୟ ସଦସ୍ୟ ମାନେ ଯଥା ଆଦିତ୍ୟ କୁମାର ଜେନା, ଅଜିତ୍ କୁମାର ମାନ୍ନା,ଆର୍ଯପ୍ରଜ୍ଞାବାସବ ଦତ୍ତ, ଅଭିନାସ୍‌ , ସତ୍ୟବ୍ରତ, ଏବଂ ଆରଟେମିିନ ର ଅନ୍ୟ ସଦସ୍ୟ ମାନେ କାର୍ଯ୍ୟ କ୍ରମକୁ ଆଗକୁ ନେଇଥିଲେ।

Leave a Reply

Your email address will not be published. Required fields are marked *