ପୁରନମଲ୍ କମ୍ପାନୀ ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ପୁରନମଲ୍ କମ୍ପାନୀ ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

ରଗଡି, ୨୯/୦୫: ଆଜି ଡ଼ୁବୁରୀ ସ୍ଥିତ ପୁରନମଲ୍ କମ୍ପାନୀ ପକ୍ଷରୁ ରକ୍ତଦାନ ଶିବିର କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକରେ ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ତଳଗଡ ପଂଚାୟତ ଅନ୍ତର୍ଗତ ନୂଆଗଡ ସ୍ଥିତ କୃଷ୍ଣ ନଗର ଶୈଳେନ୍ଦ୍ରି ଅତିଥି ଭବନ ରେ ଆସନ୍ତା ରବିବାର ତା.୦୧/୦୬/୨୫ରିଖ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି l ଏହି ବୈଠକରେ ଶେଖର ସିଂ, ଅମ୍ରିତା ପ୍ରିୟଦର୍ଶନୀ, ପ୍ରଶାନ୍ତ ଝା, ମୁକେଶ ପ୍ରସାଦ, ପ୍ରଭାତ ଦାସ, ଅମରେନ୍ଦ୍ର ସେଠି, ମୁକେଶ କୁମାର, ସରୋଜ ବେହେରା, ବିଜୟ ନାୟକ, ବିଚିତ୍ର ସାମଲ ଓ ଗୌରବ କୁମାର ସିଂ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ସମ୍ବାଦ ଆମ ଓଡ଼ିଆ ସଂଯୋଜକ ପୀତବାସ ଭୂୟାଁ ଆଜି ରକ୍ତଦାନର ଆବଶ୍ୟକ ଓ ଏହାର ତତ୍ପର୍ଯ୍ୟ ସମ୍ବନ୍ଧରେ ଏହି କମ୍ପାନୀର କର୍ମକର୍ତ୍ତା ମାନଙ୍କ ସହ ଆଲୋକପାତ କରିଥିଲେ l

Leave a Reply

Your email address will not be published. Required fields are marked *