ସ୍ମତିସଭା ଅନୁଷ୍ଠିତ

ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ସ୍ମତିସଭା ଅନୁଷ୍ଠିତ ରାୟଗଡ଼ା ତା୨୮-୦୬-୨୩ ରାୟଗଡା ବ୍ଲକ ଅନ୍ତର୍ଗତ ଜେମା ଦେଈପେଣ୍ଠ ଠାରେ ଆଜିସକାଳ ୧୦.୦୦ଘଟିକା ସମୟରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା), ରାୟଗଡ଼ା, ରାୟଗଡ଼ା ଜିଲ୍ଲା ଶିକ୍ଷକ ସଂଘ ଓ କଳିଙ୍ଗ ଉଚ୍ଚ ବିଦ୍ୟାଳୟ ଜେମା ଦେଈପେଣ୍ଠ ତରଫରୁ ଆୟୋଜନ କରାଯାଇଥିଲା, ସର୍ବପ୍ରଥମେ ପରଲୋକ ଗମନ କରିଥିବା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ, ଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା, ଉପସ୍ଥିତ ବ୍ୟକ୍ତି ମାନେ ପ୍ରଶାନ୍ତ ଭାଇଙ୍କ ସହିତ କଟିଥିବସମୟର ସ୍ମୃତିଚାରଣ କରି ଭାବବିହ୍ଵଳ ହୋଇ ପଡିଥିଲେ, ପ୍ରକାଶ ଥାଉକି ଗତ ତା ୧୮/୦୬/୨୦୨୩ରିଖ ହୀରାଖଣ୍ଡ ଏକ୍ସପ୍ରେସରେ ତାଙ୍କ ନିଜ ଗାଁ ଖୋର୍ଦ୍ଧା ଜିଲ୍ଲାର ନିରାକାର ପୁରରୁ କାର୍ଯ୍ୟସ୍ଥଳ ରାୟଗଡ଼ା ଜିଲ୍ଲା ଜେମାଦେଈପେଣ୍ଠ ଆସିବା ସମୟରେ ବ୍ରହ୍ମପୁର ଓ ପଲାସା ଷ୍ଟେସନ ମଧ୍ୟରେ ହୃଦଘାତରେ ପରଲୋକ ଗମନ କରିଥିଲେ। ଉକ୍ତ ସ୍ମୃତିସଭାରେ ଜିଲ୍ଲା ଓଷ୍ଟା ସମ୍ପାଦକ ପ୍ରସନ୍ନ କୁମାର ରଥ, ଉପସଭାପତି ତଥା କଳିଙ୍ଗ ଉଚ୍ଚ ବିଦ୍ୟାଳୟ ଜେମା ଦେଈପେଣ୍ଠ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମହେଶ କୁମାର ପଟ୍ଟନାୟକ ଏସ୍.ଆଶାଲତା, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ତଥା ଗୋପାଳବାଡି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ନାୟକ, ବ୍ଲକ୍ ସଭାପତି ମନୋଜ କୁମାର ଗୈ।ଡ଼, ରାୟଗଡ଼ା ଜିଲ୍ଲା ଶିକ୍ଷକ ସଂଘ ଆବାହକ ତଥା ହାଟମୁନିଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀନିବାସ ପଟ୍ଟନାୟକ,NPS ସଂଘ ତରଫରୁ ଶ୍ରୀଯୁକ୍ତ ପ୍ରମୋଦ କୁମାର ମହାପାତ୍ର,ରବି କୁମାର ପଟ୍ଟନାୟକ, ସୋମନାଥ ଗଣ୍ଠିଆ,ରାଜିବ ଲୋଚନ ସାମଲ,ପଞ୍ଚାନନ ଚୈ।ଧୁରି ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *