କପ୍ତିପଦା ଉପଖଣ୍ଡ ସ୍ତରିୟ ବ୍ରାହ୍ମଣ ମହାସଭାର ସ୍ୱତନ୍ତ୍ର ବୈଠକ
କପ୍ତିପଦା ଉପଖଣ୍ଡ ସ୍ତରିୟ ବ୍ରାହ୍ମଣ ମହାସଭାର ସ୍ୱତନ୍ତ୍ର ବୈଠକଅଦ୍ୟ ତା.୨୨/୧୨/୨୪ରିଖ ରବିବାର ଘ.୪.୦୦ଟିକା ସମୟରେ ଉଦଳା ମହାବିଦ୍ୟାଳୟ ନିକଟସ୍ଥ ମାଉସି ମା’ ମନ୍ଦିର ପ୍ରାଙ୍ଗଣରେ ସଂଘର ସଭାପତି ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କ ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ପୁର୍ବ ବୈଠକର ବିବରଣୀ ସଂପାଦକ ଶ୍ରୀ ରଂଜନ କୁମାର ପ୍ରହରାଜ ସମସ୍ତ ଉପସ୍ଥିତ ସଭ୍ୟଙ୍କୁ ଅବଗତ କରାଇ ଏହାର ସଫଳ ରୁପାୟନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆସନ୍ତା ବର୍ଷ ପୁର୍ବ ବର୍ଷ ପରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ସମ୍ବନ୍ଧରେ ସମସ୍ତଙ୍କର ସହଯୋଗ କାମନା କରି ୨୦୨୫ ମସିହା ମାର୍ଚ୍ଚ ମାସରେ ଅନୁଷ୍ଠିତ ହବାର ଚୁଡ଼ାନ୍ତ ନିଷ୍ପତି ନିଆଗଲା । ସଂଘର କାର୍ଯ୍ୟକ୍ରମ ଗ୍ରାମାଭିମୁଖି କରିବା ସମ୍ବନ୍ଧରେ ଗୁରୁତ୍ୱ ଆରପ କରି ଗରିବ ବ୍ରାହ୍ମଣ ମାନଙ୍କର ଅଭାବ ଅସୁବିଧା ନିମନ୍ତେ ଉପଯୁକ୍ତ ପଦକ୍ଷେପ ନବା ଉପରେ ଗୁରୁତ୍ୱ ଆରୋପ କରାଗଲା ସଂଘର ପାଣ୍ଠି ଅଭିବୃଦ୍ଧି ନିମନ୍ତେ ଉପଯୁକ୍ତ ପଦକ୍ଷେପ ନବାର ସିଦ୍ଧାନ୍ତ ନିଆଗଲା ଏବଂ ସଂଘର ସଂପାଦକ ରଂଜନ କୁମାର ପ୍ରହରାଜ ମାନ୍ୟବର ବିଧାୟକଙ୍କୁ କପ୍ତିପଦା ଉପଖଣ୍ଡ ସ୍ତରୀୟ ବ୍ରାହ୍ମଣ ମହାସଭାର ଦାବିପତ୍ର ପ୍ରଦାନ କରିଛନ୍ତି ବୋଲି ବୈଠକରେ ସମସ୍ତଙ୍କୁ ଅବଗତ କରାଇଥିଲେ, ଦିଲ୍ଲିପ କୁମାର ଦାସଙ୍କୁ ମଧ୍ୟ କପ୍ତିପଦା ଜୋନରେ ସହସଂପାଦକ ଭାବରେ ମନୋନିତ କରାଗଲା । ଉକ୍ତ ସଭାରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗି, ବନମାଳି ପଣ୍ଡା, ରଜତ କୁମାର ମହାପାତ୍ର, ଶିରିଶ ଚନ୍ଦ୍ର ମହାପାତ୍ର, ମନ୍ମୟ କୁମାର ପ୍ରହରାଜ, ଈଶ୍ୱର ଚନ୍ଦ୍ର ମହାପାତ୍ର, ଶିତିକଣ୍ଠ ମିଶ୍ର, ରାକେଶ କୁମାର ପଣ୍ଡା, ଶ୍ରୀପଦ ପଙ୍କଜ ଶତପଥି, ମନରଂଜନ ପାଠୀ, ଶଶିକାନ୍ତ ମିଶ୍ର, ରଜତ କୁମାର ପଣ୍ଡା, ପ୍ରଶନ୍ନ କୁମାର ମହାପାତ୍ର, ପ୍ରଫୁଲ କୁମାର ମହାପାତ୍ର, ଦିଲିପ କୁମାର ଦାଶ, ତ୍ରିଲୋଚନ ରଥ, ହରନାରାୟଣ ମହାପାତ୍ର, ବଂଶୀଧର ପତ୍ରି ପ୍ରମୁଖ ଉପସ୍ଥିତ ଥିଲେ ।