ଉତ୍କଳୀୟ ପରମ୍ପରା ରେ ଶୈବଚେତନା ଆଲୋଚନା ଚକ୍ର

ଉତ୍କଳୀୟ ପରମ୍ପରା ରେ ଶୈବଚେତନା ଆଲୋଚନା ଚକ୍ର କ୍ଷେତ୍ରlଧିପତି ଅଧ୍ୟାତ୍ମିକ ଜ୍ୟୋତିର୍ବାସ୍ତୁ ପ୍ରତିଷ୍ଠାନ ଆନୁକୂଲ୍ୟରେ ଜଗନ୍ନାଥ ବଲ୍ଲଭ ଠାରେ ଶିବରାତ୍ରି ଉପଲକ୍ଷେ ମାସିକ ଆଲୋଚନାଚକ୍ର” ଉତ୍କଳୀୟ ପରମ୍ପରା ରେ ଶୈବ ଚେତନା ” ଅନୁଷ୍ଠିତ ହୋଇ ଯାଇଛି l ସଭାପତି ଅଧ୍ୟାପକ ଡ଼ଃ ବଳରାମ ଦାଶ ଏଥିରେ ଅଧ୍ୟକ୍ଷତା କରିଥିଲେl ସେ କହିଲେ ଶୈବ ପରମ୍ପରା ଅତିପ୍ରାଚୀନ, ଚତୁର୍ଥ ଶତାବ୍ଦୀ ରେ କେନ୍ଦୁଝରର ଆସନ ପାଟ ଶିଳାଲେଖରେ, ପଞ୍ଚମ ଶତାବ୍ଦୀ ରେ ନଳବଂଶର ରାଜାମାନେ, ଷଷ୍ଠ ଶତାବ୍ଦୀ ରେ ଗଙ୍ଗଵଂଶର ରାଜାମାନେ ତଥା ସପ୍ତମ ଶତାବ୍ଦୀ ବେଳକୁ ଓଡିଶା ରେ ଶୈବ ଧର୍ମ ସୁ ପ୍ରତିଷ୍ଠିତ ହୋଇଥିଲାl କୃତିବାସ ହେଉଛନ୍ତି କେଶରୀ ବଂଶର ଇଷ୍ଟ ଓ଼ ସେ ଲିଙ୍ଗରାଜ ରୁପେ ପୂଜା ପାଉଛନ୍ନ୍ତି l ,ସମ୍ପାଦକ ଅଧ୍ୟାପକ ଦୟାନିଧି ପଣ୍ଡା ଆଲୋଚନା ଚକ୍ରର ଆଭିମୁଖ୍ୟ ସଂପର୍କରେ ଆଲୋକପlତ କରି ଶ୍ରୀକ୍ଷେତ୍ରରେ ପଞ୍ଚପାଣ୍ଡବ ଉପାସନା ଓ଼ ପଙ୍କ ଉଦ୍ଧାର ଏକାଦଶୀ ସମ୍ପର୍କରେ ଆଲୋଚନା କରିଥିଲେ lଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର, ଗବେଷକ ନାରାୟଣ ନନ୍ଦ, ବକ୍ତାରୁପେ ଯୋଗଦେଇ ଶୈବଧର୍ମର ମlହାତ୍ମ୍ୟ,ପରମ୍ପରା, ଶିବରାତ୍ରି ଉପାସନାର ଫଳପ୍ରାପ୍ତି ଓ଼ ଶିବ ପୂଜାର ଆବଶ୍ୟକତା ସଂପର୍କରେ ବର୍ଣ୍ଣନା କରିଥିଲେ l ଏହି ଆଲୋଚନା ଚକ୍ର ରେ ଅଶୋକ କୁମାର ଅlଢିୟ,ପୂର୍ଣ୍ଣ ଚନ୍ଦ୍ର ସାହୁ, ବାସୁଦେବ ସାହୁ ଗୀତା ମିଶ୍ର, ଗାୟତ୍ରୀ ପରିଡା, ଭାରତୀବିଶୋଈ, କୁଲଦୀପଦାସ ଇତିଶ୍ରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଦୟାନିଧି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l