ଶ୍ରୀ ମନ୍ଦିର ରତ୍ନଭଣ୍ଡାର ମରାମତି ଅଗ୍ରଗତି ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ରେ ବୈଠକ ଶେଷ ହୋଇଛି

ଶ୍ରୀ ମନ୍ଦିର ରତ୍ନଭଣ୍ଡାର ମାରାମତି ଅଗ୍ରଗତି ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ରେ ବୈଠକ ଶେଷ ହୋଇଛି l asi ପକ୍ଷରୁ ଦିଆଯାଇଥିବା ଅବଧି ମଧ୍ୟରେ ସରିପାରିବନି ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ବହୁଳ ନୀତି ଯୋଗୁଁ ମରାମତି କାର୍ଯ୍ୟ ପାଇଁ ଦୈନନ୍ଦିନ ଆବଶ୍ୟକୀୟ ସମୟ ପାଉନାହିଁ ଏ ଏସ ଆଇ ପକ୍ଷରୁ ସୂଚନା ଦିଆଯାଇଛି ।ରତ୍ନଭଣ୍ଡାର ମରାମତି କୁ ନେଇ ସମୀକ୍ଷା ବୈଠକରେ ଏ ଏସ ଆଇ କୁ ଅଧିକ ସମୟ ଦେବା ଉପରେ ଗୁରୁତ୍ବ ଦେଲା ଶ୍ରୀମନ୍ଦିର ପ୍ରଶାସନ ।ଭଣ୍ଡାର ଘରର ଦୀର୍ଘସ୍ଥାୟୀ ମରାମତି ଉପରେ ଦିଆଯାଉଛି ଗୁରୁତ୍ଵ ।ଯେତେ ସମୟ ଆବଶ୍ୟକ ଏ ଏସ ଆଇ କୁ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ । ତେବେ ଭିତର ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ଅଧିକାଂଶ ଶେଷ ହୋଇଛି ।ବାହାର ଭଣ୍ଡାର ମରାମତି ପାଇଁ ସ୍କାଫ ହୋଲ୍ଡିଂ ବନ୍ଧା ସରିଛି ।ସେଇଭଳି ଭିତର ରତ୍ନଭଣ୍ଡାର ଚଟାଣ ମରାମତି , ପଥର ପ୍ରତି ସ୍ଥାପନ ଓ ଗ୍ରାଉଟିଙ୍ଗ ଓ ସିଲିଂ ଯଏଣ୍ଟ କାର୍ଯ୍ୟ ସରିଥିବା ନେଇ asi ପକ୍ଷରୁ ସୂଚନା ଦିଆଯାଇଛି l ଏଥିସହ ଶ୍ରୀ ମନ୍ଦିର ଭିତରେ ଥିବା ଛୋଟ ଛୋଟ ପାର୍ଶ୍ଵଦେବା ଦେବୀ ମନ୍ଦିର ଗୁଡିକ ର ମରାମତି କାର୍ଯ୍ୟ କରାଯାଉଥିବା ବୈଠକ ରେ ଆଲୋଚନା କରାଯାଇଛି l ସେହିପରି ଆବଶ୍ୟକ ପଡିଲେ asi କୁ ଆହୁରି ଅଧିକ ସମୟ ଦିଆଯିବ ରତ୍ନଭଣ୍ଡାର ମରାମତି ପାଇଁ l ଦୀର୍ଘସ୍ଥାୟୀ ମରାମତି ଲାଗି ସବୁ ପ୍ରକାର ର କାର୍ଯ୍ୟ ଚାଲୁରହିଥିବା ସୂଚନା ଦେଇଛି asi l