ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଗରିବ ଲୋକଙ୍କୁ ମାଗଣା ମାସ୍କ ବଣ୍ଟନ କରାଗଲା !
![](https://teerthkhetra.com/wp-content/uploads/2021/07/WhatsApp-Image-2021-07-11-at-9.07.40-PM-1024x768.jpeg)
ଫୁଲବାଣୀ:-୧୧/୦୬କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଆ GBଜି ଫୁଲବାଣୀ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିସରରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ଗରିବ ଲୋକଙ୍କୁ ମାଗଣାରେ ମାସ୍କ ପ୍ରଦାନ କରାଯାଇଛି !ଦଡ଼କୀ,ବେଲପଦର, ସାଇନପଦର ଏବଂ ସାର୍ତ୍ତାନଜର୍ଗୀ ପ୍ରଭୃତି ଆଶ୍ରମ ବିଦ୍ୟାଳୟରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା !ଅମୃତଭଣ୍ଡା, ସଜନା,ଆମ୍ବ, ପିଜୁଳୀ,ଜାମୁକୋଳି, ଅଁଳା, ନିମ୍ବ ଭଳି 450 ଟି ଉପକାରୀ ଗଛ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ଲଗାଯାଇଥିଲା !ତାପରେ ସେହି ସବୁ ଆଶ୍ରମ ବିଦ୍ୟାଳୟ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକ ମାନଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଥିଲା !ଆସୋସିଏସନ ପକ୍ଷରୁ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଫୁଲବାଣୀ PA ITDA ବୀରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କନ୍ଧମାଳ DWO ସିମାଞ୍ଚଳ ବେହେରା ଏବଂ ଫୁଲବାଣୀ ପ୍ରେସ କ୍ଲବ ସଭାପତି ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ !ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନର ଉପଦେଷ୍ଟା ସୁନୀଲ ପଟ୍ଟନାୟକ, ସଦାଶିବ ପାତ୍ର, ଅଜିତ ମହାରଣା, ସଭାପତି ସୁଜିତ ବେହେରା, କାର୍ଯ୍ୟକାରୀ ସଭାପତି ବ୍ରଜବିହାରୀ ନନ୍ଦ, ଉପ -ସଭାପତି ଅଶୋକ ମହାନ୍ତି, ସମ୍ପାଦକ ତ୍ରିନାଥ ସାହୁ, କୋଷାଧକ୍ଷ ସୁନୀଲ ବିଶ୍ୱାଳ, ସ୍କୃଟିନୀ କମିଟି ସଦସ୍ୟ ରଞ୍ଜନ କୁମାର ପ୍ରଧାନ, କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ ଜେନା,ହିମାଂଶୁ ଶେଖର ବେହେରା,ନିତିଦିନ ସାମ୍ବାଦିକ ହୂରଞ୍ଜନ ସେଠୀ, ସମାଜସେବୀ ବୈଦ୍ୟନାଥ ଖଟୁଆ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଗଛ ଲଗାଇଥିଲେ !