ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଲକରେ ଶନିବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତରଫରୁ ତିନି ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ରାଜ୍ୟ ସଂଘର ଆହ୍ବାନ କ୍ରମେ ସମସ୍ତ ବର୍ଗ ଓ ସଙ୍ଗଠନ ମିଳିତ ଭାବରେ ଦାବୀ ଗୁଡ଼ିକ ପୂରଣ ନିମନ୍ତେ ଦାବିପତ୍ର ଦେଇଛନ୍ତି । ଗତ ନଭେମ୍ବର ମାସ ୨୨ ତାରିଖ ରାଜ୍ୟରେ ଏକଲକ୍ଷରୁ ଉର୍ଦ୍ଧ ଶିକ୍ଷକ ଆନ୍ଦୋଳନ କରିଥିଲେ ।ତତ୍କାଳୀନ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୧୦୯ ତା ୩୦.୧୧.୨୦୨୨ ଅନୁଯାୟୀ ଆଲୋଚନା ପରେ ଦାବୀ ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଅଦ୍ୟାବଧି ଉକ୍ତ ଦାବୀ ଗୁଡ଼ିକ ପୂରଣ ହୋଇନଥିବାରୁ ବିହୀତ ପଦକ୍ଷେପ ନିମନ୍ତେ ନିବେଦନ କରିଛନ୍ତି । ନଚେତ୍ ଆସନ୍ତା ଅଗଷ୍ଟ ମାସ ୧୬ତାରିକ୍ରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ସାମିଲ ହେବା ନିମନ୍ତେ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି ।
ଦାବିଗୁଡିକ ମଧ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳ କୁ ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ, ଏକସ କେଡରଙ୍କୁ କେଡରଭୂକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାର ମୂଳ ବେତନ ଲେବୁଲ ନଅ ରେ ୪୨୦୦ ଗ୍ରେଡ ପେ ଅନୁଯାୟୀ ପ୍ରଦାନ ତଥା ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଚଳନ ଅନ୍ୟତମ ଅଟେ ।
ଆଗାମୀ ଅଗଷ୍ଟ ମାସ ଏଗାର ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସମ୍ପାଦକ ନୀଳାଚଳ ମିଶ୍ର ପ୍ରକାଶ କରିଛନ୍ତି ।