ସ୍ଵାଧୀନତା ସଂଗ୍ରାମୀ ଡାକ୍ତର ଫନିପାଲ୍ଙ୍କ ସ୍ମୃତି ସଭା ଅନୁଷ୍ଠିତ

ଯାଜପୁର ଜିଲ୍ଲା ଅନ୍ତର୍ଗତ ଯାଜପୁର ରୋଡ ଠାରେ ବିଭିନ୍ନ ସ୍ଥାନରେ ଡାକ୍ତର ଫନିପାଲଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବୃକ୍ଷ ରୋପଣ, ସ୍ମୃତି ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ସେ ଜଣେ ପରୋପକାରୀ ଡାକ୍ତର ତଥା ସମାଜସେବୀ ଜନ ମଙ୍ଗଳକାରି ମଣିଷ ଭାବରେ ଖୁବ୍ ପରିଚିତ ଥିଲେ l ଲୋକମାନଙ୍କୁ ମାଗଣା ଔଷଧ ବାଣ୍ଟିବା ସହ, ଅନ୍ଧ ବିଶ୍ବାସର ବଶବର୍ତ୍ତୀ ରାଜ ଶାସନ ବିରୁଦ୍ଧରେ ସ୍ବର ଉଠାଇ ଜନ ସାଧାରଣଙ୍କୁ ସେ ନ୍ୟାୟ ଦେଉଥିଲେ l ଜଣେ ପ୍ରଜା ବତ୍ସଳ ବ୍ୟକ୍ତି ଥିବାରୁ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀର ଅକ୍ଷା ପ୍ରଦାନ କରାଯାଇଥିଲା, ତାଙ୍କ ସ୍ମ୍ତତିକୁ ଉଜ୍ଜୀବିତ କରି ରଖିବା ଉଦ୍ଦେଶ୍ୟରେ ତାଙ୍କର ସ୍ମୃତି ସଭା ସ୍ଥାନୀୟ ବାସିନ୍ଧାଙ୍କ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *