ନିମାପଡା ନିର୍ବାଚନ ମଣ୍ଡଳୀ ରେ ମିଶ୍ରଣ ପର୍ବ

ନିମାପଡା :-୧୦/୧୨-ଦେଶରେ ଚାଲିଛି ନରେନ୍ଦ୍ର ମୋଦିଙ୍କ ଲହର ।ଗାଁ ରେ ଗଡୁଛି ବିକଶିତ ଭାରତ ସଂକଳ୍ପ ରଥ ।ଭାରତ ର ବିକାଶ ପାଇଁ ଦେଶରେ ଚାଲିଛି ମୋଦିଙ୍କ ଗ୍ୟାରେଣ୍ଟି କାର୍ଡ । ଏହା ଆଜି ଦେଖିବାକୁ ମିଳିଛି ନିମାପଡା ନିର୍ବାଚନ ମଣ୍ଡଳୀ ରେ ।ନିମାପଡା ଦଳୀୟ କାର୍ଯ୍ୟାଳୟ ରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ମଣ୍ଡଳ ସଭାପତି ଶ୍ରୀ ଜଚିନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଳା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ବିଜେପି ର ବରିଷ୍ଠ ନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଧନୁଆଁ ମଣ୍ଡଳ ର ରେଞ୍ଚ ପଞ୍ଚାୟତ ର ବିଜୁ ଜନତା ଦଳର ପ୍ରମୁଖ ନେତୃତ୍ୱ ଶ୍ରୀ ରବିନ୍ଦ୍ର ମହାପାତ୍ର ସହିତ ଆଜି ୫୦ କାର୍ଯ୍ୟକର୍ତା ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପି ରେ ଯୋଗ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ ।
ନିମାପଡା ରୁ ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ