ପ୍ରଭାତୀଙ୍କୁ ମିଳିପାରେ ମନ୍ତ୍ରୀପଦ !
ବିଜେପିର ବରିଷ୍ଠ ମହିଳା ନେତ୍ରୀ ତଥା ନିମାପଡ଼ା ବିଧାନସଭାର ନୂତନ ବିଧାୟିକା ଶ୍ରୀମତୀ ପ୍ରଭାତୀ ପରିଡ଼ା ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ସ୍ଥାନ ପାଇବା ନେଇ ଚର୍ଚ୍ଚା ଧରିଛି। ଦୀର୍ଘ ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରିବା ସହ ସେ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ଦକ୍ଷତାର ସହ ଦାୟିତ୍ଵ ସମ୍ପାଦନ କରିଛନ୍ତି। ପୁରୀ ଜିଲ୍ଲାରେ ବିଜେପିର ୪ ଜଣ ନୂତନ ବିଧାୟକ ବିଧାୟିକା ମଧ୍ୟରେ ସେ ବରିଷ୍ଠ ଅଟନ୍ତି। ସେ ରାଜ୍ୟର ବରିଷ୍ଠ ନେତୃତ୍ଵଙ୍କ ସହ ଉତ୍ତମ ସାଙ୍ଗଠନିକ ସମ୍ପର୍କରେ ଅଛନ୍ତି। ତାଙ୍କର ଅଭିଜ୍ଞତା ଓ ଦକ୍ଷତା ଦୃଷ୍ଟିରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବା ନେଇ ଜନ ସାଧାରଣ ମାନେ ଆଶାବାଦୀ ଅଛନ୍ତି।