ଜଳ ପରିଚାଳନା ଦ୍ଵାରା ଧାନ କ୍ଷେତରୁ ମିଥେନ ଗ୍ୟାସ ହ୍ରାସ ପ୍ରୟାସ

ପୁରୀ : ଜଳ ପରିଚାଳନା ଦ୍ଵାରା ଧାନ କ୍ଷେତରୁ ମିଥେନ ଗ୍ୟାସ ନିର୍ଗମନ ହ୍ରାସ କରାଯାଇ ପାରିବ।ଯାହା ଫଳରେ ଚାଷୀ ମାନେ ଉପକୃତ ହେବା ସହ ଅମଳ ବୃଦ୍ଧି ରେ ସହାୟକ ହୋଇ ପାରିବ।ଏହି ପରିପ୍ରେକ୍ଷୀରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ପିପିଲି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ରେ ଆୟୋଜିତ ହୋଇଥିଲା।ଗୋଲ୍ଡ ଷ୍ଟାଣ୍ଡାର୍ଡ ପଦ୍ଧତି ଅନୁଯାୟୀ କୋର କାର୍ବନେକ୍ସ ଚିରନ୍ତନ ଧାନ ପଦକ୍ଷେପ-ଭାରତ ଯୋଜନା ର ସହଭାଗିତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ଉଦଘାଟନ କରିଥିଲେ।କୋର କାର୍ବନେକ୍ସ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ ର ରାଜ୍ୟ ମୁଖ୍ୟ ଅପର୍ତ୍ତି ସେଠୀ ସମସ୍ତଙ୍କୁ ସ୍ୱାଗତ କରି ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା, ସବୁଜ ଗୃହ ଗ୍ୟାସ ନିର୍ଗମନ ଓ ତାହାର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷତଃ ଓଦା ଓ ଶୁଖିଲା ଜଳ ପରିଚାଳନା ପଦ୍ଧତି ମାଧ୍ୟମରେ ଧାନ ଚାଷ ରୁ ମିଥେନ ଗ୍ୟାସ ନିର୍ଗମନ କୁ କିପରି ହ୍ରାସ କରାଯାଇ ପାରିବ ତାହା ଉପରେ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ।ଏହି ପଦ୍ଧତି ଦ୍ଵାରା ବିଭିନ୍ନ ଅଞ୍ଚଳରେ ଚାଷୀ ମାନେ ଉପକୃତ ହେଉ ଥିବାରୁ ଏହାର ଆଦୃତି ବୃଦ୍ଧି ପାଉଛି ବୋଲି ସେ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରା,ଆତ୍ମା ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଧଳ,ବ୍ଲକ ଓ ସହକାରୀ କୃଷି ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ଅଞ୍ଚଳରୁ ଆସିଥିବା କୃଷକ ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ କୁ ତୃଣ ମୂଳ ସ୍ତର ପର୍ଯ୍ୟନ୍ତ ନିଆଯାଇ ପାରିଲେ ଗ୍ରାମାଞ୍ଚଳର ଚାଷୀ ମାନେ ଉପକୃତ ହୋଇ ପାରିବେ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ କୁ କୋର କାର୍ବନେକ୍ସ ର ଅଧିକାରୀ ଆଦିତ୍ୟ ରଞ୍ଜନ ଦାଶ ଓ ବିଦ୍ୟାଧର ମହାନ୍ତି ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *