ମନରେଗା ଯୋଜନାରେ ବ୍ୟାପକ ଜାଲିଆତି

ଗୋପ :- ପୁରୀ ଜିଲ୍ଲା ର ଗୋପ ବ୍ଲକ ଅଧିନସ୍ତ ସମସ୍ତ 31 ଗୋଟି ପଞ୍ଚାୟତ ରେ କ୍ରମାଗତ ଭାବେ ମନରୋଗ ଯୋଜନାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି l ପୂର୍ବରୁ ବିଭିର୍ଣ୍ଣ ସମୟରେ ମାନରୋଗ ଯୋଜନା ସମ୍ପର୍କ ରେ ଗଣମାଧ୍ୟମ ରେ ଖବର ମଣ୍ଡିତ ହେଉଥିଲେ ମଧ୍ୟ ତାର କୌଣସି ପ୍ରତିକାର ଦେଖିବାକୁ ମିଳୁନାହିଁ l ଠିକ ସେହିପରି ଗୋପ ବ୍ଲକ ଅନ୍ତର୍ଗତ ଚଇତନା ପଞ୍ଚାୟତ ରେ ମନରୋଗ ଯୋଜନାରେ ଗାଡ଼ିଆ ଖୋଳା ଠାରୁ ନଡ଼ିଆ ଚାରା ରୋପଣ କ୍ଷେତ୍ରରେ ଅନେକ ଜାଲିଆତି ଓ ଅନିୟମିତତା ର ଅଭିଯୋଗ ହୋଇଛି l ମହିଳା ସରପଞ୍ଚଙ୍କ ଦିଆର ଙ୍କ ଦ୍ଵାରା ବ୍ୟବପକ ଜାଲିଆତି ହେଉଥିବାର ସ୍ଥାନୀୟ ଜନତା ଙ୍କ ତରଫରୁ ଲିଖିତ ଅଭିଯୋଗ ସହିତ ବିଭାଗୀୟ ବରିଷ୍ଠ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟରେ କୌଣସି ସୁଫଳ ମିଳିଲାନାହିଁ l ବର୍ତମାନ ଉକ୍ତ ପଞ୍ଚାୟତରେ ନଡିଆ ଚାରା ରୋପଣ କରାନଯାଇ ଶ୍ରମିକ ମାନଙ୍କ ନାମରେ ମିଥ୍ୟା ମଷ୍ଟର ରୋଲ୍ ପ୍ରସ୍ତୁତ କରି ବିପୁଳ ଅର୍ଥ ଲୁଟ ହୋଇଥିବାର ଅଭିଯୋଗ ହେଊଛି l ଏଥିପାଇଁ ଏ ସମ୍ପର୍କରେ ଗୋପ ବ୍ଲକ ର ବିଡ଼ିଓ ଦିପ୍ତୀରାଣୀ ଦାସଙ୍କ ନିକଟକୁ ଟ୍ୱଇଟ ମାଧ୍ୟମରେ ସୂଚନା ଅଧିକାର କର୍ମୀ ସନ୍ତୋଷ ମହାନ୍ତି ଜଣାଇବା, ସହିତ ମୁଖ୍ୟମନ୍ତ୍ରୀ ଓଡିଶା 5ଟି ସଚିବ , ଜିଲ୍ଲାପାଳ ପୁରୀ , ପଞ୍ଚାୟତି ରାଜ ସଚିବଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଛଇତନା ଗ୍ରାମ ପଞ୍ଚାୟତର ସଦାଶିବ ପ୍ରଧାନ ହର୍ଟିକଲଚର ରୁ ନଡିଆ ଚାରା ଆଣି ନିଜ ବାଡ଼ିରେ ଲଗେଇବା ପାଇଁ ରଖିଥିବା ବେଳେ ଗ୍ରାମ ପଞ୍ଚାୟତର ସରପଞ୍ଚ ରୀନା ପ୍ରଧାନଙ୍କ ଦିଅର ନକୁଳ ପ୍ରଧାନ ଗୋପ ବ୍ଲକ ର କର୍ମଚାରୀ ମାନଙ୍କ ଦ୍ଵାରା ମିଥ୍ୟା ମାଷ୍ଟର ରୋଲ୍ ପ୍ରସ୍ତୁତ କରି ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ୭୦ ବର୍ଷୀୟ ବୃଦ୍ଧଙ୍କ ନାମରେ ସରକାରୀ କାଗଜରେ ଶ୍ରମିକ ଦର୍ଶାଇ ମଜୁରୀ ଅର୍ଥ ଆତ୍ମସାତ କରିଛନ୍ତି ବୋଲି ଲିଖିତ ଅଭିଯୋଗ ସଦାଶିବ କରିଛନ୍ତି। ସଦାଶିବଙ୍କ ଅଭିଯୋଗ ଅନୁଯାୟୀ ନଡିଆ ଚାରା ରୋପଣ କରାଯାଇ ନାହିଁ ମାତ୍ର ତାଙ୍କ ନାମରେ ମିଥ୍ୟା ବିଲ ପ୍ରସ୍ତୁତ କରି ହଡ଼ପ କରିଛନ୍ତି ସରପଞ୍ଚ ଦିଅର ନକୁଳ ପ୍ରଧାନ।। ତେଣୁ ତୁରନ୍ତ ବିଭାଗୀୟ ଅଧିକାରୀଙ୍କ ଦ୍ଵାରା ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଦାଶିବ ପ୍ରଧାନ ଓ ପଞ୍ଚାୟତବାସୀଙ୍କ ଦାବୀ l

Leave a Reply

Your email address will not be published. Required fields are marked *