ମନେରଗା ସାମାଜିକ ସମୀକ୍ଷାର ଜନ ଶୁଣାଣି ଶିବିର ଅନୁଷ୍ଠିତ

ରାୟଗଡ଼ା- ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସମିତି କାର୍ଯ୍ୟାଳୟ ପରିସର ସଦଭାବନା ଗୃହ ଠାରେ ଆଜି ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷାର ଆର୍ଥିକ ବର୍ଷ ୨୦୨୨ ଅକ୍ଟୋବର ୧ ଠାରୁ-୨୦୨୩ ମାର୍ଚ୍ଚ ୩୧ ତାରିଖର ପର୍ଯ୍ୟନ୍ତ ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଉପଜିଲ୍ଲାପାଳ ଭୀମସେନ ଶବର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ରେ ବିଡ଼ିଓ ସୁନୀଲ ଖରା, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ,ଏପିଓ ମାର୍ଶଲ ପ୍ରଧାନ ମଞ୍ଚାସୀନ ରହିଥିଲେ । ୨୦୨୨ ମସିହା ଅକ୍ଟୋବର ୧ତାରିଖ ଠାରୁ୨୦୨୩ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବ୍ଲକର ୧୪ଟି ପଞ୍ଚାୟତ ରେ କରାଯାଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ମମତା ,ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ପଞ୍ଚଦଶ ଅର୍ଥ କମିଶନ ର ଏକ ବର୍ଷ ମଧ୍ୟରେ କରାଯାଇଥିବା କେଉଁ କେଉଁ ସ୍ଥାନରେ କାର୍ଯ୍ୟ କରାଯାଇଛି, ତାର ଆୟ ବ୍ୟୟ ,ବଳକା ଟଙ୍କା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଶୁଣାଣି ହୋଇଥିଲା । ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ପଞ୍ଚାୟତ ଅଧିକାରୀ ,ଗ୍ରାମ ରୋଜଗାର ସେବକ ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହାକୁ ଶିବିରକୁ ଏପିଓ ମାର୍ଶାଲ ପ୍ରଧାନ ପରିଚାଳନା କରିଥିବା ବେଳେ ଓ ଶେଷରେ ଧନ୍ୟବାଦ ଦେଇଥିଲେ ।ଏଥିରେ ହଟିକଲଚର ,ୱାଟର ସେଡ ,ବନବିଭାଗ ଉପସ୍ଥିତ ରହିଥିବା ବେଳେ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଅନୁପସ୍ଥିତ ରହିଥିଲେ ।
ରିପୋର୍ଟ -ନୃସିଂହ ଚରଣ ବାରିକ