ଇଲିମିନେଟର ମ୍ୟାଚରେ ଏମଆଇ-ଏଲଏସଜି ଲଢ଼େଇ

ଚେନ୍ନାଇ,୨୪।୫ : ଆଇପିଏଲ ୨୦୨୩ର ଇଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ(ଏଲଏସଜି) ମଧ୍ୟରେ ବୁଧବାର ସନ୍ଧ୍ୟା ସାଢ଼େ ୭ରେ ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ପ୍ରଥମ କ୍ୱାଲିଫାୟରରେ ପରାଜିତ ହୋଇଥିବା ଦଳ ଗୁଜରାଟ ଟାଇଟାନ୍ସ(ଜିଟି)କୁ ମେ ୨୬ରେ ଭେଟିବ। ଏହାପରେ ଫାଇନାଲରେ ଖେଳିବାକୁ ଟିକଟ ପାଇ ସାରିଥିବା ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ସହିତ ଦ୍ୱିତୀୟ କ୍ୱାଲିଫାୟରର ବିଜେତା ଖେଳିବେ।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଦଳରେ କ୍ୱିଣ୍ଟନ ଡି କକ (ଓ୍ବିକେଟ କିପର), କ୍ରୁନାଲ ପାଣ୍ଡ୍ୟା (ଅଧିନାୟକ), କରଣ ଶର୍ମା, ପ୍ରେରକ ମାନକଡ, ମାର୍କସ ଷ୍ଟୋଇନିସ, ଆୟୁଷ ବାଦୋନି, ନିକୋଲାସ ପୁରାନ, କୃଷ୍ଣପ୍ପା ଗୋଥାମ, ରବି ବିଶ୍ନୋଇ, ନବୀନ-ଉଲ-ହକ, ମୋହସିନ ଖାନ, ଯଶ ଠାକୁର, ଦୀପକ ହୁଡା, କାଇଲ ମାୟର୍ସ, ଯୁଧବୀର ସିଂ ଚାରାକ, ଡାନିଏଲ ସାମସ, ଅମିତ ମିଶ୍ର, କରୁଣ ନାୟାର, ମନନ ଭୋହ୍ରା, ମାର୍କ କାଡ, ଆବେଶ ଖାନ, ସ୍ବପ୍ନିଲ ସିଂ, ରୋମାରିଓ ଶେଫର୍‌, ଆର୍ପିଟ ଗୁଲେରିଆ, ସୁର୍ଯ୍ୟାଂଶ ଶେଜ ପ୍ରମୁଖ ଅଛନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଇଶନ କିଶନ (ଓ୍ବିକେଟ କିପର), ରୋହିତ ଶର୍ମା (ଅଧିନାୟକ), କ୍ୟାମେରନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ନେହଲ ୱାଡେରା, ଟିମ ଡେଭିଡ, କ୍ରିସ ଜୋର୍ଡାନ, ପୀୟୁଷ ଚାୱଲା, କୁମାର କାର୍ତ୍ତିକେୟ, ଜେସନ ବେହେରେଣ୍ଡର୍ଫ, ଆକାଶ ମାଡୱାଲ, ବିଷ୍ଣୁ ବିନୋଦ, ତିଲକ ବର୍ମା, ରାମନାଦୀପ ସିଂ, ତ୍ରିଷ୍ଟାନ ଷ୍ଟବ୍ସ, ସନ୍ଦୀପ ୱାରିଅର୍‌, ରେଲି ମେରେଡିଥ, ଶ୍ୟାମ ମୁଲାନି, ଅର୍ଜୁନ ତେନ୍ଦୁଲକର, ହ୍ରିତିକ ଶୋକେନ, ଡୁଆନ ଜାନସେନ, ଅର୍ଶଦ ଖାନ, ଡିୱାଲ୍ଡ ବ୍ରେଭିସ, ରାଘବ ଗୋୟଲ ପ୍ରମୁଖ ଅଛନ୍ତି।

Leave a Reply

Your email address will not be published. Required fields are marked *