ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଜେକେ କାଗଜକଳର ମୁଖ୍ୟ ବିନୟ ଦ୍ଵିବେଦୀ ମିଷ୍ଟାନ୍ନ ବାଣ୍ଟିଲେ

ଚନ୍ଦ୍ରୟାନ୍ – ୩ ର ଚନ୍ଦ୍ର ପୃଷ୍ଠ ରେ ଅବତରଣ ପରେ ସାରା ଦେଶରେ ଖୁସି ର ଲହରି ଖେଳି ଯାଇଛି। ଏଥିରୁ ଜେକେ କାଗଜ କଳ ଓ ତା ଦ୍ଵାରା ପରିଚାଳିତ ସଂସ୍ଥା ମଧ୍ୟ ବାଦ ପଡିନି। ଏହି ଅବସରରେ ଲକ୍ଷ୍ମୀ ପଥ ସିଂଘାନିଆ ପବ୍ଲିକ୍ ସ୍କୁଲ୍ ଓ ଲକ୍ଷ୍ମୀ ପଥ ସିଂଘାନିଆ ହାଇ ସ୍କୁଲ ର ଛାତ୍ରଛାତ୍ରୀମାନେ ମାନେ ଚନ୍ଦ୍ରୟାନ୍ – ୩ ର ସଫ୍ଟ ଲ୍ୟାଣ୍ଡିଂ ସିଧା ପ୍ରସାରଣ ଦେଖିଥିଲେ ଏବଂ ଏହାକୁ ଏକ ଉତ୍ସବରେ ପରିଣତ କରି ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ବନ୍ଦେ ମାତରମ୍ ଓ ଭାରତ ମାତା କି ଜୟ ଘୋଷ ରେ ବାତାବରଣ କୁ ଉତ୍ସବ ମୁଖର କରି ଦେଇ ଥିଲେ ।
ଏହି କାର୍ଯ୍ୟକ୍ରମରେ ପାଖା ପାଖି 1000 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶୋଭାଯାତ୍ରା ରେ ବାହାରି ଥିଲେ। ଏହି କାର୍ଯ୍ୟକ୍ରମରେ ଜେକେ କାଗଜ କଳ ର ମୁଖ୍ୟ ବିନୟ ଦ୍ଵିବେଦୀ ଉପସ୍ଥିତ ରହି ଦେଶର ସମସ୍ତ ବୈଜ୍ଞାନିକ ଓ ଇସରୋ ଉଦ୍ଦେଶ୍ଯ ରେ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ। ସେ କହି ଥିଲେ ଯେ ବିଶ୍ୱ ଇତିହାସ ରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇ ଗଲା ଯାହା ଭାରତ ପାଇଁ ଏକ ଗୌରବ ର ବିଷୟ। ଅନ୍ୟାନ୍ୟ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ବିଶ୍ୱଜିତ୍ ଦ୍ଵିବେଦୀ, ଉପ ସଭାପତି ବାଣିଜ୍ଯ, ସନ୍ଦୀପ ପାଣ୍ଡେ, ମହା ପ୍ରବନ୍ଧକ ମାନବ ସମ୍ବଳ ବିକାଶ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ୍ କରାଯାଇଥିଲା।
