ମିନାବଜାର ଉଦଘାଟିତ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ମୁଳିସିଂହ ହାଇସ୍କୁଲ ପଡିଆ ଠାରେ ଗ୍ରାମାଞ୍ଚଳ ସୁପର ମିନାବଜାର ଉଦଘାଟିତ ହୋଇ ଯାଇଛି । ମିନାବଜାର ଆୟୋଜକ ପ୍ରଶାନ୍ତ କୁମାର ଙ୍କ ନେତୃତ୍ୱରେ ପ୍ରତିବର୍ଷ ଏହି ମିନାବଜାର ଅନୁଷ୍ଠିତ ହୋଇ ଆସୁଛି । ଆଜିର ଉଦଘାଟନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ବ୍ଲକର ଜିଲ୍ଲା ପରିଷଦ ସୁଶୀଲ କୁମାର ଓ ସ୍ଥାନୀୟ ସରପଞ୍ଚ ସଫିଆ ଆଜାମ ଙ୍କ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ଏହି ମିନାବଜାର କୁ ଉଦଘାଟନ କରିବା ସହିତ ମେଳା ବୁଲି ଦେଖିଥିଲେ । ପରେ ମଧ୍ୟ ଅତିଥିମାନେ ଡ୍ର।ଗନ ଦୋଳି ରେ ବସି ଏହାର ମଜ଼ା ନେଇ ଥିଲେ । ଏହି ମିନାବଜାର ଘରକରଣା ଜିନିଷ ସହିତ, ବିଭିନ୍ନ ପ୍ରକାର ମନୋହରି ଜିନିଷ, ଚଟପଟି ଖାଦ୍ୟ ଓ ମନୋରଞ୍ଜନ ପାଇଁ ଅନେକ ପ୍ରକାର ଖେଳାନା ମଧ୍ୟ ରହିଛି । ଏହି ମେଳା ଡିସେମ୍ବର 25 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କହିଛନ୍ତି ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *