ନୟାଗଡ଼ରେ ନିର୍ମାଣଧୀନ ବଲାଙ୍ଗୀ ପାର୍କରେ ବୃକ୍ଷ ରୋପଣ କଲେ ମନ୍ତ୍ରୀ ଅରୁଣ

ନୟାଗଡ଼:୧୪/୭- ୭୨ ତମ ବନ ମହୋତ୍ସବ ଅବସରରେ ନୟାଗଡ଼ ଖଣ୍ଡପଡା ରୋଡ଼ରେ ନିର୍ମାଣ ଚାଲିଥିବା ବଲାଙ୍ଗୀ ପାର୍କରେ ଆଜି ବ୍ୟାପକ ଭାବେ ବୃକ୍ଷ ରୋପଣ କରାଯାଇଛି |ନୟାଗଡ଼ ବନଖଣ୍ଡ ଆନୁକୂଲ୍ୟରେରେ ଅନୁଷ୍ଠିତ ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ରାଜ୍ୟ କୃଷି, କୃଷକ ସଶକ୍ତିକରଣ, ମସ୍ୟ ଓ ପଶୁସମ୍ପଦ ବିକାଶ, ଉଚ୍ଚଶିକ୍ଷ୍ୟା ମନ୍ତ୍ରୀ ଡ ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କରିବାସହ କେବଳ ବୃକ୍ଷ ରୋପଣ କରିଦେଲେ ହେବ ନାହିଁ ବୃକ୍ଷ ରୋପଣ ସହ ଏହାର ଯତ୍ନ ନେଇ ଏହାକୁ ବଞ୍ଚାଇ ପାରିଲେହିଁ ବନ ମହୋତ୍ସବର ପ୍ରକୃତ ଉଦେଶ୍ୟ ପ୍ରତିପାଦିତ ହୋଇ ପାରିବ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ଡ ସାହୁ ଆହ୍ୱାନ ଦେଇଥିଲେ|ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳାପାଳ ଡ ପୋମା ଟୁଡୁ,ଏସ.ପି ସିଦ୍ଧାର୍ଥ କଟାରିଆ ପ୍ରମୁଖ ଉପସ୍ଥିତ ରହି ନିଜେ ବୃକ୍ଷ ରୋପଣ କରିବାସହ ଏହି ରୋପିତ ବୃକ୍ଷର ଯତ୍ନ ନେବାପାଇଁ ଉପସ୍ଥିତ ଜଙ୍ଗଲ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ |ଏ ସମସ୍ତ କାର୍ଯକ୍ରମ ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରିନ୍ଦମ ମହାନ୍ତି, ଶ୍ଵେତାଲିନା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିବା ଦେଖା ଯାଇଥିଲା

Leave a Reply

Your email address will not be published. Required fields are marked *