ରାଜ୍ୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମନ୍ତ୍ରୀ ଚାଷୀ ଓ ଜିଲ୍ଲାପାଳ ମାନଙ୍କ ସହ ଧାନ କିଣା ସମ୍ପର୍କରେ କଲେ ଆଲୋଚନା

ଭୁବନେଶ୍ୱର, ୨୮/୦୬/୨୦୨୫ ରାଜ୍ୟରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଚଳିତ ମାସରେ ଶେଷ ହେଉଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ଧାନ କିଣା ଅଗ୍ରଗତି ସମ୍ପର୍କରେ ପଚାରି ବୁଝିନ୍ତି । ରାଜ୍ୟରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ଥିବାରୁ ତ୍ୱରିତ ପଦକ୍ଷେପ ନେଇ ଯୋଗ୍ୟ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଛୁଟି ଦୀନ ଗୁଡିକରେ କାର୍ଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଷଦରେ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ରକୁ ଯାଇ ସେଠାରେ ବିଭିନ୍ନ ଜିଲ୍ଲାର ଚାଷୀ ଓ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି । ଧାନ ସଂଗ୍ରହର ଅଗ୍ରଗତି ସମ୍ପର୍କରେ ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଧାନର କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନପୁଟ ସହାୟତା ମିଳୁଛି କି ନାହିଁ ବରଗଡ଼ ଓ ବାଲେଶ୍ବର ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାର ଚାଷୀ ମାନଙ୍କୁ ପଚାରି ବୁଝିଥିଲେ ।

ଏଥି ସହ କୌଣସି ଅଭିଯୋଗ ଥିଲେ ଟୋଲ୍‌ ଫ୍ରି ନଂ ୧୯୬୭ ମାଧ୍ୟମରେ ଏହି କେନ୍ଦ୍ର ସହ ଯୋଗାଯୋଗ କରାଯାଇପାରିବ । ଧାନକିଣା ନେଇ କୌଣସି ଚାଷୀଙ୍କଠାରୁ ଅଭିଯୋଗ ଆସିଲେ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପାତ୍ରଙ୍କର ଏହି ସମୀକ୍ଷା ବୈଠକରେ ରାଜ୍ୟ ଖାଦ୍ୟଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଧାନ କିଣା ଅଗ୍ରଗତି ସମ୍ପର୍କରେ ଅବଗତ କରିଥିଲେ । ଏହି ଅବସରରେ ରାଜ୍ୟ ଖାଦ୍ୟଯୋଗାଣ ନିଗମର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *