କେରଳର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ଼

ଥିରୁଭାନନ୍ତପୁରମ୍‌,୨।୫: କେରଳରେ ନିକଟରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ସୋମବାର ପଥରମାଡ଼ ହୋଇଥିବା ରେଳ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉତ୍ତର କେରଳରେ ଅବସ୍ଥିତ ଏହି ଜିଲାର ଥିରୁନବାୟା ଏବଂ ତିରୁର ମଧ୍ୟରେ ଟ୍ରେନ ଯାଉଥିବା ବେଳେ ସନ୍ଧ୍ୟା ୫ଟା ସମୟରେ ଏହି ଘଟଣା ଘଟିଛି। ପୋଲିସ କହିଛି , ଟ୍ରେନ ଥିରୁଭାନନ୍ତପୁରମ୍‌ ଅଭିମୁଖେ ଯାତ୍ରା ଜାରି ରଖିଛି ଏବଂ ଏହି ଆକ୍ରମଣରେ କେହି ଆହତ ହୋଇନାହାଁନ୍ତି। ତେବେ କିଏ ଏଭଳି କାମ କରିଛି, ତାହାକୁ ନେଇ ତଦନ୍ତ କରାଯାଉଛି ବୋଲି ପୋଲିସ କହିଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ପଥର ଫିଙ୍ଗିବା କାରଣରୁ ଟ୍ରେନର କିଛି ଝରକା ଉପରେ ଛୋଟ ଛୋଟ ସ୍କ୍ରାସ ହୋଇଛି। ଏହା ହେଉଛି ଦେଶର ୧୬ ତମ ବନ୍ଦେ ଭାରତ ଏକ୍ସପ୍ରେସ। ଯାହା କାସରଗୋଡ ଏବଂ ଥିରଭାନନ୍ତପୁରମ୍‌ ସେଣ୍ଟ୍ରାଲ ମଧ୍ୟରେ ୮ ଘଣ୍ଟା ୫ ମିନିଟରେ ଦୂରତା ଅତିକ୍ରମ କରିବ।

Leave a Reply

Your email address will not be published. Required fields are marked *