ଧାମନଗର:ରେବନଦୀରେ ଭାସି ନିଖୋଜ ହେଲେ ଯୁବକ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସରେଇ ଚୁଡ଼ାକୁଟି ପଞ୍ଚାୟତ ଅଧୀନରେ ଥିବା ବିଦ୍ୟାଧରପୁର ଗ୍ରାମର କିଶୋର ପୋଇ (ଭୋଳା) ଆଜି ନଦୀରେ ଭାସି ଯାଇ ନିଖୋଜ.ସୂଚନା ଅନୁସାରେ ଭୋଳା ରେବ ନଦୀ କୁ ଗାଧୋଇ ବାକୁ ଯାଇଥିବା ବେଳେ କୌଣସି କାରଣରୁ ନଦୀ ରେ ଭାସି ଯାଇଥିଲେ.ଏହି ଦେଖନ୍ତୁ ସ୍ଥାନୀୟ ଲୋକମାନେ ନଦୀରେ ଖୋଜାଖୋଜି କରିବା ସହିତ ଧାମନଗର ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ.ଘଟଣାର ଖବର ପାଇ ଘଟଣା ସ୍ଥଳରେ ଧାମନଗର ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ବର୍ତ୍ତମାନ ଦୁଇଘଣ୍ଟା ପାଖାପାଖି ବିତିଯାଇଥିଲେ ମଧ୍ୟ ଭୋଳା ଙ୍କର କୌଣସି ସନ୍ଧାନ ମିଳିନାହିଁ. ଏହି ଖବର ଶୁଣି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି,
