ନିଖୋଜ ଥିବା ଯୁବତୀ ର ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜ୍ରାକିରାହା ନିକଟବର୍ତୀ ଆଡାସରୁ ପାହାଡ଼ ରେ ଯୁବତୀ ଙ୍କ ମୃତ ଦେହ ଠାବ । ମିଳିଲା ଠାବ ହୋଇଥିବା ମୃତ ଯୁବତୀ ଙ୍କ ପରିଚୟ । ମୃତକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତ ର ବରିକିଆ ଗ୍ରାମର 20 ବର୍ଷୀୟ ଶାନ୍ତିଲତା ଦିଗାଲ । ଦୁଇ ବର୍ଷ ପୂର୍ବେ ଜ୍ରାକିମାହା ଗ୍ରାମ ର ଆଲୋକ ଦିଗାଲ ଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ଏହା ଆତ୍ମହତ୍ୟା ନୁହେଁ ଏହା ହତ୍ୟା କରାଯାଇ ଥିବା
ଅଭିଯୋଗ ଆଣିଲେ ପରିବାରବର୍ଗ। ମୃତ ସବ କୁ ଚିହ୍ନଟ କଲେ ପରିବାର ଲୋକେ। ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।