ଜିଲ୍ଲା ସ୍ତରୀୟ ମିଶନ୍ ଇନ୍ଦ୍ରଧନୁଷ ୫.୦ ର ଶୁଭାରମ୍ଭ

ସ୍ଥାନୀୟ ଚନ୍ଦନହଜୁରୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ମିଶନ୍ ଇନ୍ଦ୍ରଧନୁଷ ୫.୦ ର ଶୁଭାରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ସୁଜାତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ୟ୍ୟକ୍ରମ ପରିଚାଳକ ଶ୍ରୀ ଟି ନାରାୟଣ ରାଓ, ଡ. ସୁଶ୍ରୀ ମହାନ୍ତି ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଡାଟା ମ୍ୟାନେଜର ଶ୍ରୀ ସୁଦାମ ମହାରଣା, ମଧୁସ୍ମିତା ମିଶ୍ର ଜିଲ୍ଲା ଟିକା ଓ ଲଜିଷ୍ଟିକ ମ୍ୟାନେଜର, ଟିକାକରଣ କମ୍ପ୍ୟୁଟର ସହାୟକ ଶ୍ରୀ ଆଲୋକ ସେନାପତି, ଜନସ୍ୱାସ୍ଥ୍ୟ ପରିଚାଳକ (ସହରାଞ୍ଚଳ) ରଞ୍ଜିତ କୁମାର ମହାନ୍ତି ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ନିୟମିତ ଟୀକା ସବୁ ନେଇନଥିବା ପିଲାଙ୍କର ବାକିଥିବା ଟୀକା ଦେବା ପାଇଁ ଏବଂ ମିଳିମିଳା ଓ ରୁବେଲା ଇତ୍ୟାଦି ଭଳି ରୋଗକୁ ଦେଶରୁ ନିର୍ମୂଳ କରିବା ପାଇଁ ମିଶନ ଇନ୍ଦ୍ରଧନୁଷ୍ ୫.୦ ର ମୂଳ ଲକ୍ଷ୍ୟ। ଏହି ଅଭିଯାନରେ ଜିଲ୍ଲାରେ ମୋଟ ୪୧୫୭ ପିଲା (ଜନ୍ମ ରୁ ୨ ବର୍ଷ ଭିତରେ), ୫୪୨ ପିଲା (୨ ରୁ ୫ ବର୍ଷ ଭିତରେ) ଏବଂ ଗର୍ଭବତୀ ମହିଳା ୬୧୨ ଜଣ ଙ୍କୁ ମିଶନ ଇନ୍ଦ୍ରଧନୁଷ 5.୦ ଅନ୍ତର୍ଗତରେ ତିନି ରାଣ୍ଡ ରେ ଟୀକା ଦିଆଯିବାର ପ୍ରାବଧାନ କରIଜାଇଛି ।
ଏଥିପାଇଁ ଜିଲ୍ଲାରେ ମୋଟ ୧୦୬୬ ଟି ଟୀକାକରଣ କେନ୍ଦ୍ର ସ୍ଥିର କରାଯାଇଛି। ପ୍ରଥମ ପର୍ୟ୍ୟାୟ ଅଭିଯାନ ସେପ୍ଟେମ୍ବର ୧୧ ରୁ ଆରମ୍ଭ ହୋଇ ୧୬ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *