ରକ୍ତଦାନ ମିଶନ ଅଫିସ ନୟାପଲ୍ଲୀ ରେ ସ୍ୱାଧୀନତା ଦିବସ ପାଳନ

ନୟାପଲ୍ଲୀସ୍ଥ ମିଶନ ରକ୍ତଦାନ ରାଜ୍ୟ ଅଫିସ ପ୍ରାଙ୍ଗଣରେ ବହୁ ଧୁମଧାମରେ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି, ଏହି ଅବସରରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା, ଏହି ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ରେ ବହୁ ବୟସ୍କ ମାନ୍ୟଗଣ୍ୟ ବ୍ୟକ୍ତି, ତଥା ମିଶନ ରକ୍ତଦାନ ଅଫିସର କାର୍ଯ୍ୟକର୍ତ୍ତା ହର ମହାପାତ୍ର,ଗୁନ ଆଚାର୍ଯ୍ୟ, ନାରାୟଣ ବେହେରା, ଚନ୍ଦ୍ରକାନ୍ତ ଭୋଇ, ହରେକୃଷ୍ଣ ସାହୁ, ବିଭୁତି ମହାନ୍ତି,ସୁପ୍ରିୟା ମହାପାତ୍ର,ଅନ୍ତରା ଦଳାଇ,ବାବୁନି,ପରି, ମାମୁନି,ଗୁଡୁଲି, ଆଦି ବହୁ କୁନି କୁନି ପିଲାମାନେ ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ। ବରିଷ୍ଠ ନାଗରିକ ଅଜୟ ରାଉତ ପତାକା ଉତ୍ତୋଳନ କରିଥିଲେ। ଅମିୟ ଜେନା ପ୍ରମୁଖ କେତେଜଣ ବରିଷ୍ଠ ନାଗରିକ ସ୍ବାଧୀନତା ଦିବସ ଉପଲକ୍ଷେ ନିଜେ ନିଜର ମତାମତ ପ୍ରଦାନ କରିଥିଲେ। ଏହି ଅବସରରେ ସମସ୍ତ ସଭ୍ୟ ତଥା ସମଗ୍ର ଉପସ୍ଥିତ ଜନସାଧାରଣ ଶପଥ ନେଇଥିଲେ ଯେକୌଣସି ସମୟରେ ଦେଶର ସେବା କରିବା ପାଇଁ ଆଉ ଅନ୍ୟାୟ ବିରୁଦ୍ଧରେ ଲଢେଇ ଜୋରଦାର କରିବା ପାଇଁ, ଶେଷରେ ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା।
ରିପୋର୍ଟ : ଅମିୟ କୁମାର ଜେନା