ମିଶନ ଶକ୍ତି ତରଫରୁ କାଫେ ଉଦଘାଟିତ

କଂଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟ ରେ ମିଶନ ଶକ୍ତି କାଫେ ଉଦଘାଟିତ ହୋଇ ଯାଇଅଛି।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଂଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ପାଟିଲ ଉପସ୍ଥିତ ରହିଥିବା ବେଳେ ଅତିଥି ଭାବେ ରାଇକିଆ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର,ଜିଲ୍ଲା ପରିଷଦ ଉପାଧକ୍ଷା ସାଧବାଣୀ ନାୟକ,ବ୍ଲକ ଅଧ୍ୟକ୍ଷ ପ୍ରିତମ୍ ଚନ୍ଦ୍ର ପ୍ରଧାନ, ସିଡ଼ିପିଓ ,ଜିଲ୍ଲା ପରିଷଦ ସତ୍ୟବାନ୍ ପାତ୍ର ମଞ୍ଚାସୀନ ରହିଥିଲେ।ରାଜ୍ୟ ସରକାର ମହିଳା ମାନଙ୍କ ଉନ୍ନତି ସକାଶେ ବିଭିନ୍ନ ସମୟ ରେ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବା ବେଳେ ଆଜି ର କାର୍ଯ୍ୟକ୍ରମ ଏକ ପ୍ରକାର ନିଆରା କାର୍ଯ୍ୟକ୍ରମ ଥିବା ଦେଖିବାକୁ ମିଳିଥିଲା।ବ୍ଲକ ପରିସର ମଧ୍ୟରେ କାଫେ ଉଦ୍ଘାଟନ କରିବା ଫଳ ରେ ବିଭିନ୍ନ ସମୟ ରେ ବ୍ଲକ କାର୍ଯ୍ୟାଳୟ କୁ ଆସୁଥିବା ଜନ ସାଧାରଣ ଚାହା ଠାରୁ ଆରମ୍ଭ କରି ଥଣ୍ଡା ପାନୀୟ, ଖାଦ୍ୟ ସୁଲଭ ଦର ରେ ପାଇ ପାରିବେ ବୋଲି ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ କହିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମ ରେ ମା ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରାୟ 1500 ରୁ 2000 ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ଉପସ୍ଥିତ ରହିଥିଲେ।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଇକିଆ olm ଅଧିକାରୀ ଜୟଦେବ ପ୍ରଧାନ ପରିଚାଳନା କରିଥିଲେ।

ରାଇକିଆରୁ ନୃସିଂହ ଚରଣ ଦାଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *