ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ପଞ୍ଚାୟତରେ ମିଶ୍ରଣ ପର୍ବ

ଗଞ୍ଜାମ :- ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରପଡା ଗ୍ରାମ ପଞ୍ଚାୟତରେ ବିଜେଡି ପକ୍ଷରୁ ଦେବୀପୀଠ ମା’ଶାଙ୍କୁଳାଇଙ୍କ ପୀଠରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୋଲସରା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜ୍ୟ ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁଙ୍କୁ ଉପସ୍ଥିତିରେ କୋକ ପ୍ରଧାନ,ଜଟି ଆପଟ ଏବଂ ବସନ୍ତ ଶତପଥୀଙ୍କ ନେତୃତ୍ବରେ ୩୦ ଉର୍ଦ୍ଧ୍ବ ଅନ୍ୟ ଦଳରୁ ଆସି ବିଜେଡିରେ ସାମିଲ ହୋଇଥିଲେ । ନବାଗତାଙ୍କୁ ଶ୍ରୀଯୁକ୍ତ ସାହୁ ପୁଷ୍ପମାଲ୍ଯ ଅର୍ପଣ କରି ସ୍ବାଗତ ଜଣାଇବା ସହ ବିଜେଡିରେ ସାମିଲ ହେଲେ ବୋଲି ଘୋଷଣା କରିଥିଲେ । ଏହି ମିଶ୍ରଣ ପର୍ବରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି କେ ନିଳମାଧବ ଆଚାରୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ,ବିଜେଡି ବ୍ଲକ ସଭାପତି,ନରେନ୍ଦ୍ର ଦେବତାଙ୍କ ପ୍ରମୁଖ ଅଞ୍ଚଳର ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।
ରିପୋର୍ଟ- ତ୍ରିଲୋଚନ ପଣ୍ଡା, ଗଞ୍ଜାମ ।