ବିଜେଡିରେ ମିଶ୍ରଣ ପର୍ବ।

୨୫/୭- ରବିବାର ଦିନ ୨ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକମାନଙ୍କ ପ୍ରତି କର୍ତ୍ତବ୍ୟନିଷ୍ଠ,ନୀତି ଆଦର୍ଶ ଓ ନିଃସ୍ଵାର୍ଥପର ଭଲପାଇବା ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କ ବିକାଶ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଗଉଡିକେରା ପଞ୍ଚାୟତର ଭାରତୀୟ ଜନତା ପାର୍ଟିର ସୁଧିର କୁମାର ସ୍ଵାଇଁ,ସରୋଜ କୁମାର ସ୍ଵାଇଁ,ନୀଳକଣ୍ଠ ସ୍ଵାଇଁ,ଗୁଣନିଧି ବାରିକ୍,ପଞ୍ଚାନନ ସ୍ଵାଇଁ, ନୀଳକଣ୍ଠ ନାୟକ,ବିଷ୍ଣୁଚରଣ ମହାପାତ୍ର,କରୁଣାକର ପରିଡା ଓ ଲକ୍ଷ୍ମଣ ପ୍ରଧାନଙ୍କ ସମେତ ବହୁ ବିଜେପି ଦଳର କର୍ମୀ ଓ ତାଙ୍କ ସମର୍ଥକମାନଙ୍କ ସହିତ ଦଳ ପରିତ୍ୟାଗ କରି ପୁରୀ ଜିଲ୍ଲା ବିଜୁ ଜନତା ଦଳ ନରେନ୍ଦ୍ର କୋଣ କାର୍ଯ୍ୟାଳୟଠାରେ ଆନୁଷ୍ଠାନିକ ଭାବରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉପସ୍ଥିତ ରହି ସ୍ଵାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ବିଜୁ ଜନତା ଦଳର ସଧାରଣ ସମ୍ପାଦକ କାର୍ତ୍ତବିଜ୍ୟ ସ୍ଵାଇଁ,ପୁରୀ ସଦର ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ରାଉତ,ପୂର୍ବତନ ସରପଞ୍ଚ ପ୍ରକାଶଚନ୍ଦ୍ର ମିଶ୍ର, ଗଉଡିକେରା ପଞ୍ଚାୟତ ପୂର୍ବତନ ସରପଞ୍ଚ ରମେଶଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *