ଚେଳିତୋଳ ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଯୋଗଦେଲେ ବିଧାୟକ ଚନ୍ଦ୍ରସାରଥୀ ବେହେରା

ମହାସମାରୋହ ଓ ଆନନ୍ଦଉଲ୍ଲାସରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆକୁଦଠାରେ ଚେଳିତୋଳ ବାଲିଯାତ୍ରା ଅନୁଷ୍ଠିତ ହେଉଛି । ଏହି ଉତ୍ସବ କାର୍ତିକ ପୁର୍ଣିମାଠାରୁ ଆରମ୍ବ ହୋଇ ସାତଦିନ ଧରି ଚାଲିବ । ବିଭିନ୍ନ ମନୋହରି ଦୋକାନବଜାର, ଖାଦ୍ୟଷ୍ଟଲ ଆଦି ଦୋକାନରେ ଭରି ଯାଇଛି ସମଗ୍ର ବାଲିଯାତ୍ରା ପଡିଆ । ମେଳାରେ ସୁସ୍ୱାଦୁ ଖାଦ୍ୟ , ମନୋହରି ଜିନିଷ କିଣି ଯାତ୍ରା ବୁଲିବା ସହ ସନ୍ଧ୍ୟାରେ ମଞ୍ଚରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆନନ୍ଦଉଲ୍ଲାସରେ ଉପଭୋଗ କରୁଛନ୍ତି ଲୋକମାନେ । ଏହି ଅବସରରେ ଚେଳିତୋଳ ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ ତିର୍ତ୍ତୋଲ ଯୁବବିଧାୟକ ବିଜୟଶଙ୍କରଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ଏହି ଗଣପର୍ବ ସଫଳ ହୋଇଛି ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଓଡ଼ିଶା ଗ୍ରାମ୍ୟଉନ୍ନୟନ ବିଭାଗର ଉପଦେଷ୍ଟା ସବିତା ମହାପାତ୍ର ଯୋଗଦେଇ ଚେଳି ତୋଳ ବାଲିଯାତ୍ରାର ଐତିହ ଓ ପରମ୍ପରା ସମ୍ପର୍କରେ ସୂଚନା ଦେବା ସହ ବାଲିଯାତ୍ରା କମିଟିର ସଭାପତି ବିଧାୟକ ବିଜୟ ଶଙ୍କର ଦାସ ଓ ସମସ୍ତ ସଦସ୍ୟଙ୍କର ଏଭଳି ଉଦ୍ୟମକୁ ଉଚ୍ଚପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିରିଡି ଦୁଇ ନମ୍ବର ଜୋନର ଜିଲ୍ଲା ପରିଷଦ ଚନ୍ଦ୍ର ଶେଖର ଦାସ , ଏକ ନମ୍ବର ଜୋନର ଜିଲ୍ଲା ପରିଷଦ ଦୀପ୍ତିମୟୀ ରାୟ ,ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର , ଉପାଧ୍ୟକ୍ଷ ପିନାକୀ ମିଶ୍ର ପ୍ରମୁଖ ଯୋଗଦେଇ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ଓ ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରାର ଐତିହ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଲୋକମାନେ ଉପଭୋଗ କରିଥିଲେ । ସୁଦୂର କଲିକତାରୁ ଆସିଥିବା ଡ୍ୟାନ୍ସଗ୍ରୁପର ନୃତ୍ୟ ପରିବେଷଣ ଅଧିକ ଚିତାକର୍ଷକ ହୋଇଥିଲା ।

ଜଗତସିଂହପୁର ରୁ ରୀତାସାହୁ reporter

Leave a Reply

Your email address will not be published. Required fields are marked *