କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କଲେ ବିଧାୟକ

ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ଉପଖଣ୍ଡ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବାଣ୍ଟିଲେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା। ଆଜି ଦିବା ୧୧ଟା ସମୟରେ ବିଧାୟକ ଶତ୍ରୁଘ୍ନ ଜେନା କାମାକ୍ଷା ନଗର ମେଡିକାଲ ରେ ପହଂଚି ମେଡିକାଲ ବେଡ଼ ରେ ପଡି ଥିବା ରୋଗୀ ମାନଙ୍କୁ ଶୁଖିଲା ଫଳ ବଣ୍ଟନ କରିଥିଲେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ୫୬ତମ ଜନ୍ମଦିନ ଅବସରରେ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ କରି ଜନ୍ମଦିନ ପାଳନ କରି ଥିଲେ, ଏହି କାର୍ଯ୍ୟକ୍ରମ ରେ କାମାକ୍ଷା ନଗର ନିର୍ବାଚନ ମଣ୍ଡଳୀ ର ସମସ୍ତ ବିଜେପି କର୍ମୀ ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ଉତ୍ସବପାଳନ କରିଥିଲେ।

Leave a Reply

Your email address will not be published. Required fields are marked *