କୁଆଳୋ ମୂଖ୍ୟ କେନାଲରୁ ମେଘା ଉଠାଜଳସେଚନ ର ଭୂମିପୂଜନ କଲେ ବିଧାୟକ ଓ ସାଂସଦ ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ ମୂଖ୍ୟ କେନାଲ ର କୁଆଳୋ ବାଘୁଆ ଠାରେ ମେଘା ଉଠାଜଳସେଚନର ଭୂମିପୂଜନ କରିଛନ୍ତି ବିଧାୟକ ବିଭୂତି ଭୂଷଣ ପ୍ରଧାନ ଓ ସାଂସଦ ରୁଦ୍ରନାରାୟଣ ପାଣି। ପ୍ରଥମେ ବିଧାୟକ ଓ ସାଂସଦ ହଜାର, ହଜାର ସମର୍ଥକଙ୍କ ସହ କୁଆଳୋ ପରମହଂସ ଛକ ଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ଆସି ବା ବା ଅଷ୍ଟଶମ୍ଭୁ ମହାଦେବଙ୍କୁ ଦର୍ଶନ କରିଥିଲେ।ପରେ କୁଆଳୋ ପଞ୍ଚାୟତ ଦେଇ ଯାଇଥିବା ମୂଖ୍ୟ କେନାଲ ବାଘୁଆ ଠାରେ ପହଞ୍ଚି ଭୂମୀପୂଜନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି ଅବସରରେ ଏକ ସାଧାରଣସଭ ଆୟୋଜନ କରାଯାଇଥିଲା ଯେଉଁଥିରେ ମୂଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଓ ସମ୍ମାନୀତ ଅତିଥି ଭାବେ ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ମଞ୍ଚାସୀନ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସର୍ମିଷ୍ଠା ଦଳବେହେରା, ଉପାଧ୍ୟକ୍ଷା ଯଶସ୍ବୀନ ରାଉତ, ବି ଜେ ପି ଜିଲ୍ଲା ପ୍ରଭାରୀ ଦୂର୍ଗା ଚରଣ ସାହୁ,କୁଆଳୋ ସରପଞ୍ଚ ଅଜିତ କୁମାର ସାହୁଙ୍କ ସମେତ ଶତାଧିକ ଚାଷୀ ଭାଇ ଓ ବି ଜେ ପି କର୍ମକର୍ତ୍ତା ଉପସ୍ଥିତ ଥିଲେ। ତେବେ ଏହି ଯୋଜନାରେ ୧୫ ବର୍ଷ ଗ୍ୟାରେଣ୍ଟି ଜଳସେଚନ କରାଯିବ ବୋଲି ଅଭିଭାଷଣ ଦେଇଛନ୍ତି ବିଧାୟକ।