ଏସିଆନ ଚମ୍ପିୟାନସିପରେ ଦ୍ଵିତୀୟ ସ୍ଥାନ ପାଇଥିବା ବସ୍ତାର ଗୌରବ ବାପିକୁ ବିଧାୟକଙ୍କ ସମ୍ବର୍ଦ୍ଧନା


ବସ୍ତା,୯/୫:ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ରାଉତପଡା ପଞ୍ଚାୟତ ଝିଙ୍କିରିଆ ଗ୍ରାମର ରବି ହାଁସଦା ଏବଂ ସୁକାନ୍ତି ହାଁସଦା ଙ୍କ ର ସାନପୁଅ ବାପି ହାଁସଦା , କର୍ଣ୍ଣାଟକର ଉଡୁପି ଠାରେ ୪୦୦ ମିଟର ହୁଡୁଲସ ଦୈ।ଡରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଏସିଆନ ଗେମସ ରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୈ।ପ୍ଯ ପଦକ   ହାତେଇବା ରେ ସଫଳ ହୋଇଛନ୍ତି । ତାଙ୍କର ସଫଳତା ପରେ ଜନ୍ମମାଟି ବସ୍ତା ଅଞ୍ଚଳ ରେ ଖୁସି ର ଲହରୀ ଖେଳିଯାଇଥିବା ବେଳେ ଆଜି ଦିନ ୧୧ ଟା ସମୟରେ ବସ୍ତା ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପ ପରିସରରେ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ଙ୍କ ଦ୍ଵାରା ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାOରେ  ବିଜେଡି ନେତା ରବୀନ୍ଦ୍ର ଅଣ୍ଡିଆ,ମହାଦେବ ଦାସ,ଜିଲାପରିଷ ଦ ସଦସ୍ୟ ବିଷ୍ଣୁପ୍ରିୟ। ବୁଗୁଡି,ଅବସର ପ୍ରାପ୍ତ ଏବିଡ଼ିଓ ଶଙ୍କର କୁମାର କର,ସୁମନ୍ତ କୁମାର ଜେନା ,ବାପି ହାଁସଦା ପ୍ରମୁଖ ମଞ୍ଚ।ସୀନ ଥିଲେ।ଏଥିରେ ବିଭିନ୍ନ ପଂଚାୟତ ର ସରପଞ୍ଚ,ସମିତି ସଭ୍ୟ,ଶୁଭେଛୁ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
ସୂଚନା ଅନୁସାରେ ବାପି ହାଁସଦା ଙ୍କ ର ଜୀବନ ଶୈଳୀ ବହୁତ ଦୁଃଖ ରେ କଟିଥିଲା । ୨୦୦୮ ମସିହାରେ ବାପା ରବୀନ୍ଦ୍ର ହାଁସଦା କୁଆଡେ ନିଖୋଜ ହେବା ପରେ,ମା ଦିନ ମଜୁରିଆ ଭାବେ କାମ କରି ପାଞ୍ଚ ପୁଅଙ୍କୁ ମଣିଷ କରାଇଥିବା କହିଛନ୍ତି।ତାଙ୍କର ରୈ।ପ୍ଯ ପଦକ ପାଇଁ ସାରା ଓଡିଶା ଗର୍ବିତ ହୋଇ ଥିବା ବେଳେ,ବସ୍ତା ଅଞ୍ଚଳ ମଧ୍ୟ ଗର୍ବିତ ହୋଇଛି ।ତେବେ ଆଗକୁ ଆଗେଇବାର ସ୍ବପ୍ନ ବାପି ର ଚଲାପଥକୁ ବଦଳାଇ ଦେଇ ଥିଲା ।ନିଜର ସାଧନା,ପରିଶ୍ରମ ତଥା  ମା ଙ୍କର ଆଶିର୍ବାଦ ଫଳରେ ସୋପାନ ର ଶିର୍ଷରେ ପହଞ୍ଚିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ସଫଳତା ପରେ କ୍ରିଡ଼ା ମନ୍ତ୍ରାଳୟ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ସହାୟତା ଯୋଗାଇଛନ୍ତି।  ଆଗାମୀ ଦିନରେ ନିଶ୍ଚିତ ଭାବେ ବାପି ଅଲମ୍ପିକ୍ସ ରେ ଦେଶପାଇଁ ଗୈାରବ ଆଣିବାରେ ଆଶାବାଦୀ ଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *