ଆଜାଦି କା ଅମୃତ ଉତ୍ସବ ଅବସରରେ ମୋ ଦେଶ ମୋ ମାଟି ପାଇଁ ମାଟି ସଂଗ୍ରହ

ସମଗ୍ର ଭାରତବର୍ଷରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କ୍ରମେ ଆଯାଦିକା ଅମୃତ ମହୋତ୍ସବ ଅବସରରେ ମୋଦେଶ ମୋ ମାଟି କାର୍ଯ୍ୟକ୍ରମ ସାରା ଭାରତ ସାରା ଚାଲିଥିବା ସମୟରେ l ଶନିବାର ଦିନ ବିଜେପି ର ଗୋପ ମଣ୍ଡଳ ର ସଭାପତି ଶ୍ରୀମତୀ ସୌଦାମିନୀ ସେନାପତି ଙ୍କ ନେତୃତ୍ୱ ରେ ଗୋପ ପଂଚାୟତ ଓ ଏରବଙ୍ଗ ଓ ବେଦପୁରୁ ପଂଚାୟତ ରେ ମାଟି ସଂଗ୍ରହ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅଥିତି ଭାବେ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ନାରୀନେତ୍ରୀ ତଥା ପୂର୍ଵତନ ରାଜ୍ୟ ବିଜେପି ଉପସଭାପତି ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇଥିଲେ l ଏହି ମାଟି ସଂଗ୍ରହ ରେ ଗୋପ ମାଟିର ବୀର ସହୀଦମାନଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା l କୁସୁପୁର ର ରାମେଶ୍ୱର ପିଠ, ଓ କୁଶଭଦ୍ରା ନଦୀ ରୁ ମାଟି ସଂଗ୍ରହ କରିବା ବୀର ସହିଦି ଶ୍ରୀରାମ ସିଂଙ୍କ ଉତ୍ତରାଧିକାରୀଙ୍କ ଘରୁ ମାଟି ସଂଗ୍ରହ କରାଯାଇଥିଲା l ତାପରେ ନିକଟସ୍ତ ପଞ୍ଚାୟତ ଏରବଙ୍ଗ ର ବୟାଳିଶିବାଟି ଠାରେ ଥିବା ଗଙ୍ଗୋ ବଂଶର ଆରାଧ୍ୟ୍ୟ ଦେବୀ ମା ଗଂଗେଶ୍ବରୀ ମନ୍ଦିର, ସଂଘ ପରିବାର ର ମୁଖ୍ୟ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ରାୟ ଙ୍କ ବାସଭବନ ରୁ ମାଟି ସଂଗ୍ରହ କରିବା ସହିତ ଭକ୍ତ କବି ବଳରାମ ଦାସ ଙ୍କ ଜନ୍ମ ପୀଠ ଠାରେ ଥିବା ପ୍ରଭୁ ବଳରାମ ଦାସ ଙ୍କ ମନ୍ଦିର ପ୍ରାଙ୍ଗଣରୁ ମାଟି ସଂଗ୍ରହ କରାଯାଇଥିଲା l ସର୍ବ ଶେଷରେ ବେଦପୁରୁ ଗ୍ରାମରୁ ମାଟି ସଂଗ୍ରହ କରି ଭକ୍ତବଳରାମ ଦାସ ପୀଠରେ ଆଜିର କାର୍ଯ୍ୟକ୍ରମ କୁ ଶେଷ କରାଯଇଥିଲା l ଏଥିରେ ଜିଲ୍ଲା ବିଜେପି ଦଳର ସାଧାରଣ ସମ୍ପାଦକ ସୁଶାନ୍ତ ସ୍ବାଇଁ ଓ ମଣ୍ଡଳ ସଭାପତି କୃଷ୍ଣ ସ୍ବାଇଁ, ନିରଞ୍ଜନ ନାୟକ ରାଜକିଶ୍ୱର ନାୟକ, ଆଲୋକ ବେହେରା, ବିଜୟ ନାୟକ, ଯୋଗେନ୍ଦ୍ର ଜେନା,ପ୍ରଶାନ୍ତ ସ୍ବାଇଁ ଏବଂ ଯୁବ ନେତା ଭବାନୀ ଶଙ୍କର ସେଠି, ପ୍ରସନ ପଣ୍ଡା,ଗୋବିନ୍ଦ ପାଢ଼ୀ ଶିବପ୍ରସାଦ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *