ଜିଲ୍ଲା ମହିଳା ସୁରକ୍ଷା କମିଟି ପକ୍ଷରୁ ମୋ ମାଟି ମୋ ଦେଶ କଳସ ଶୋଭାଯାତ୍ରା



ପୁରୀ ଜିଲ୍ଲା ମହିଳା ସୁରକ୍ଷା କମିଟି ପକ୍ଷରୁ ଗୋପ ବ୍ଲକ ଅନ୍ତର୍ଗତ ମହଳପଡ଼ା ପଞ୍ଚାୟତ ଐତିହ୍ୟ ଗ୍ରାମ ଓରେଇ ରେ ମାଟି ମୋ ଦେଶ କାର୍ଯ୍ୟକ୍ରମ ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣର ମୂଖ୍ୟ ଶିଳ୍ପୀ ଓ ମନ୍ତ୍ରୀଙ୍କ ନିଜ୍ଵସ ଗ୍ରାମ ବୋଲି କୁହା ଯାଉଥିବା ଓରେ଼ଇ ଗ୍ରାମରେ ମହିଳା ସଙ୍ଗଠିକା ତଥା ନେତ୍ରୀ ଲିପିକା ବଳିଆର ସିଂହ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପି ବରିଷ୍ଠ ଦଳିତ ନେତା ସର୍ବେଶ୍ଵର ମଲିକ, ସମାଜସେବୀ ମାଧବ ମଲିକ ପ୍ରମୁଖ ଯୋଗ ଦେଇ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣର ମୂଖ୍ୟ ପୁରୋଧା ମନ୍ତ୍ରୀ ସିବେଇ ସାମନ୍ତରା, ଶିଳ୍ପୀ ବିଶୁ ମହାରଣା ଓ ଧର୍ମପଦଙ୍କ ପୂତୃତ୍ଵ ଗ୍ରାମରୁ ପ୍ରତି ଘରୁ ମାଟି ସଂଗ୍ରହ କରାଯାଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଦିଲିରେ ମହାନ୍ ସହିଦ୍ ବୀର ମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସ୍ମୃତି ବାଟିକା ନିମନ୍ତେ ମାଟି ସଂଗ୍ରହ କରାଯାଇଥିଲା। ଏହି ଅବସରରେ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ଜଡ଼ିତ ଥିବା ଏହି ଗ୍ରାମକୁ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପ୍ରଦାନ କରାଯାଇଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

Gyana ranjan biswal reporter

Leave a Reply

Your email address will not be published. Required fields are marked *