ମୋ ମାଟିକୁ ନେହୁରୁ ଯୁବ କେନ୍ଦ୍ର ଜିଲ୍ଲାଧିକାରୀଙ୍କୁ ହସ୍ତାନ୍ତର କଲେ ସମ୍ବିତ ପାତ୍ର

କିଛିଦିନ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ମାଟି ମୋଦେଶ କାର୍ଯ୍ୟକ୍ରମ ମାଧ୍ୟମରେ ବୀରମାଟି ରୁ ମାଟିସଂଗ୍ରହ କରାଯାଉଛି l ସେହିଭଳି ପୁରୀ ଜିଲ୍ଲାର ବିଭିନ୍ନ ସହର ଓ ଗାଁ ମାନଙ୍କରୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟ ମଧୁସୂଦନ ସିଂହାରୀଙ୍କ ସହିତ ବିଜେପିର ଶତାଧିକ କର୍ମୀ ପଦଯାତ୍ରା କରି ଏହି ମାଟି ସଂଗ୍ରହ କରୁଛନ୍ତି l ଆଜି ସେହିମାଟିକୁ ଶୋଭାଯାତ୍ରା କରି ଦିଲ୍ଲୀ ନେବାପାଇଁ ପୁରୀଜିଲ୍ଲା ନେହୁରୁ ଯୁବକେନ୍ଦ୍ରର ଜିଲ୍ଲାଧିକାରୀ ଜୟଶଙ୍କର ଯୋଶୀଙ୍କୁ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ରାଷ୍ଟ୍ରୀୟ ସଦସ୍ୟ ମଧୁସୂଦନ ସିଂହାରୀ ସେହି ବୀରମାଟିଜୁ ହସ୍ତାନ୍ତର କରିଛନ୍ତି l ଏହି ମାଟି ନେହୁରୁ ଯୁବକେନ୍ଦ୍ର ଆନୁକୂଲ୍ୟ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ପହଞ୍ଚାଇ ଦିଆଯିବ l

Leave a Reply

Your email address will not be published. Required fields are marked *