ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପୁରୀ ରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ

ପୁରୀ ର ଅଗ୍ରଣୀ ସାମାଜିକ ସେବା ସଂଗଠନ ହାପିନେସ୍ ଫାଉଣ୍ଡେସନ ସହଯୋଗ ରେ ଶତାଧିକ ଯୁବ ସେଚ୍ଛାସେବୀ, ଛାତ୍ର ଛାତ୍ରୀ ଯୋଗ ଦେଇ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ରୁ ଏକ କଳସ ଶୋଭାଯାତ୍ରା ବାହାରି ୟୁଥ୍ ହଷ୍ଟେଲ ରେ ପହଞ୍ଚିଥିଲା। ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ, ସଂପର୍କ, ପୁରୀ ସେବା ସମିତି, ଆୟୁଷ ଆଥଲେଟିକ କ୍ଲବ୍ ଓ ଜଙ୍ଗଲି କ୍ଳବ୍ ଆଦି ଅନୁଷ୍ଠାନମାନେ ଯୋଗଦେଇଥିଲେ।
ମୂଖ୍ୟ ଅତିଥି ଭାବେ ପୁରୀ ର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ସେଠାରେ ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରହଣକାରୀ ଙ୍କୁ ପଞ୍ଚପ୍ରାଣ ଶପଥ ପାଠ କରାଇଥିଲେ। ଆୟୋଜିତ ସଭାରେ ମୂଖ୍ୟ ଅତିଥି ପୁରୀ ସଦର ବ୍ଲକ୍ ର ବିଭିନ୍ନ ଗ୍ରାମ ରୁ ଆସିଥିବା ମାଟି କଳସକୁ ନେହେରୁ ଯୁବ କେନ୍ଦ୍ର ର ଯୁବ ସଂଯୋଜକ ଶ୍ରୀଯୁକ୍ତ ଜୟ ଶଙ୍କର ଯୋଶୀ ଙ୍କୁ ହସ୍ତାନ୍ତର କରାଯାଇଥିଲା। ସମ୍ମାନୀତ ଅତିଥି ଭାବେ ବାୟୁସେନା ଅଧିକାରୀ ଲଳିତ କୁମାର ନାୟକ, ସ୍ଥଳସେନା ଅଧିକାରୀ ସତ୍ୟ କୁମାର ବେହେରା ଓ ପୋଲିସ୍ ଅଧିକାରୀ ପ୍ରଦୀପ କୁମାର ଦଳେଇ ଯୋଗ ଦେଇଥିଲେ।
ଯୁବ ସମାଜସେବୀ ଭାବେ ହାପିନେସ୍ ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ତଥା ସଭାପତି ଇଂ ପ୍ରଦୀପ୍ତ କୁମାର ପ୍ରଧାନ ଙ୍କୁ ମୁଖ୍ୟଅତିଥି ସମ୍ମାନୀତ କରିଥଲେ। ସାମରିକ ଅଧିକାରୀ ମାନଙ୍କୁ ମୁଖ୍ୟଅତିଥି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଈ ସମ୍ବର୍ଦ୍ଧିତ କରିଥିଲେ। ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପର୍କ ର ସାଧାରଣ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସହାୟକ ଅଧିକାରୀ ଅଶୋକ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଜାତୀୟ ଯୁବ ସ୍ଵେଚ୍ଛାସେବୀ କୃଷ୍ଣ ଚନ୍ଦ୍ର ସାହୁ, ହାପିନେସ୍ ଫାଉଣ୍ଡେସନ ର କାର୍ଯ୍ୟକାରୀ ସମ୍ପାଦକ ସୌମ୍ୟ ରଞ୍ଜନ ସାହୁ ଓ ଯୁଗ୍ମ ସମ୍ପାଦକ ସିଦ୍ଧେଶ୍ଵର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥଲେ। କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।