ସିଆରପିଏଫ ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

୧୨୭ ବାଟାଲିୟନ ସିଆରପିଏଫ ବାଲିଗୁଡା ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ.ନୂଆଗାଁ ବ୍ଲକ ପରିସର ରେ ସ୍ଥାନୀୟ ମହାସିଙ୍ଗ, ବାଲିଗାଡ଼ା, ଧରମପୁର ର ଅଂଚଳ ବାସୀ ମାନେ ମଧ୍ୟ ଯୋଗ ଦେଇଥିଲେ।ସି ଆର୍ ପି ଏଫ୍ କମାଣ୍ଡାଣ୍ଟ ଶ୍ରୀ ସୁବ୍ରତ ନାୟକ ଙ୍କ ସହ ସିଆରପିଏଫ ଯବାନ ଏବଂ ବ୍ଲକ ବି ଡି ଓ ଶ୍ରୀ ଜୟଦେବ ଦାସ ହେଡ କ୍ଲୋର୍କ ଶ୍ରୀ ଲବ ନାୟକ ମଧ୍ୟ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ମୋ ମାଟି ମୋ ଦେଶ ବିଷୟରେ ସି ଆର୍ ପି ଏଫ୍ କମାଣ୍ଡାଣ୍ଟ ଶ୍ରୀ ସୁବ୍ରତ ନାୟକ ସହିଦ ଯବାନ ଙ୍କ ଉଦେଶର ମାଟି ସଂଗ୍ରହ କରିବା ସହ ସହିଦ ଯବାନ ଙ୍କୁ ମନେପକେଇ ଉଦବୋଧନ ଦେଇଥିଲେ।
ରିପୋର୍ଟ : ନିଗମାନନ୍ଦ ପୂଜା